ETV Bharat / city

ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ ରାଜ୍ୟ ସରକାର: ବିଜେପି - Pruthiraj Harichandan Press meet

ମିଶନ ଶକ୍ତି ପାଇଁ କ୍ୟାବିନେଟରେ ବ୍ୟାପକ ବ୍ୟୟ ବରାଦ ପ୍ରସଙ୍ଗ । ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ ରାଜ୍ୟ ସରକାର କହିଲା ରାଜ୍ୟ ବିଜେପି । ମିଶନ ଶକ୍ତିରେ ପୂର୍ବରୁ ହୋଇଥିବା ଯୋଜନା ଠିକଣା ଢଙ୍ଗରେ ପ୍ରଣୟନ ହୋଇନାହିଁ ବୋଲି ଦଳ ଅଭିଯୋଗ କରିଛି । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : May 19, 2022, 10:11 PM IST

ଭୁବନେଶ୍ବର: ମିଶନ ଶକ୍ତି ପାଇଁ କ୍ୟାବିନେଟରେ ବ୍ୟାପକ ବ୍ୟୟ ବରାଦ ପ୍ରସଙ୍ଗ । ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ ରାଜ୍ୟ ସରକାର କହିଲା ରାଜ୍ୟ ବିଜେପି । ମିଶନ ଶକ୍ତିରେ ପୂର୍ବରୁ ହୋଇଥିବା ଯୋଜନା ଠିକଣା ଢଙ୍ଗରେ ପ୍ରଣୟନ ହୋଇନାହିଁ ବୋଲି ଦଳ ଅଭିଯୋଗ କରିଛି ।

ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ ରାଜ୍ୟ ସରକାର: ବିଜେପି

ଏଥିପାଇଁ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା ଗୁଡିକ ଦେଶ ସାରା କରିଛନ୍ତି ତାହା ଓଡିଶାରେ ହୋଇନାହିଁ । ଓଡିଶାରେ ରାଜ୍ୟ ସରକାର ଯଦି ମିଶନ ଶକ୍ତି ବିଭାଗ କରି ମହିଳା ମାନଙ୍କର ଉତଥାନ ହେବ ବୋଲି ଭାବୁଛନ୍ତି, ଏହାଦ୍ବାରା କୌଣସି ବିକାଶ ହେବ ନାହିଁ । ନିର୍ବାଚନ ଆସିଲେ ସରକାରଙ୍କୁ ମହିଳାଙ୍କ କଥା ମାନେ ପଡୁଛି । ନିର୍ବାଚନ ସରିଲେ ଭୁଲି ଯାଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯାହା କରାଯିବା କଥା ତାହା କରାଯାଉନାହିଁ । ଏସବୁ ନେଇ ବାରମ୍ବାର କହିବା ପରେ ମଧ୍ୟ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ । ଏବେ ବିଭିନ୍ନ ଫେଡରେସନ ଗୁଡିକରେ ନୂଆ ସଭାପତି ସମ୍ପାଦକ ଯେତେବେଳେ ଚୟନ କରାଯାଉଛି, ସେଥିରେ ବିଜୁ ଜନତା ଦଳର ସମର୍ଥନ ମୁଖ୍ୟ ମାନଦଣ୍ଡ ରହୁଛି । ତେଣୁ ଏସବୁ ଯୋଜନା କେବଳ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର କରିଛନ୍ତି । ଏ ଯୋଜନା ଗୁଡିକ ଆଗାମୀ ଦୁଇ ବର୍ଷ ଭିତରେ ବି ପ୍ରଣୟନ ହୋଇପାରିବ ନାହିଁ ଏଭଳି ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.