ETV Bharat / city

Cyclone Jawad Update: ସରକାର ସବୁ ପଦକ୍ଷେପ ନେଇଛନ୍ତି କହିଲେ ରାଜସ୍ବ ମନ୍ତ୍ରୀ - ବାତ୍ୟା ଜୱାଦକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ଯ

ବାତ୍ୟା ଜୱାଦ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ODRAF ଓ NDRF ଟିମ କୁ ମୁତୟନ କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଅଧିକ ପଢନ୍ତୁ

Cyclone JawadUpadate
Cyclone JawadUpadate
author img

By

Published : Dec 4, 2021, 8:33 PM IST

ଭୁବନେଶ୍ବର: ବାତ୍ୟା ଜୱାଦ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି (State government ready to tackle cyclone Jawad) । ପ୍ରଭାବିତ ଅଞ୍ଚଳରେ ODRAF ଓ NDRF ଟିମ କୁ ମୁତୟନ କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି (Revenue Minister Sudam Marandi) କହିଛନ୍ତି ।

Cyclone JawadUpadate, ସରକାର ସବୁ ପଦକ୍ଷେପ ନେଇଛନ୍ତି: ରାଜସ୍ବ ମନ୍ତ୍ରୀ

ସେହିପରି ମନ୍ତ୍ରୀ କହିଛନ୍ତି ଗ୍ରାଉଣ୍ଡ ଲେବଲରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟନ୍ଵୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ସଦ୍ୟ ସ୍ଥିତିକୁ ନେଇ ବିଭାଗୀୟ ସମୀକ୍ଷା ଜାରି ରହିଛି । ଆଇଏମଡି ର ଆକଳନ ଅନୁଯାୟୀ ବାତ୍ୟା ଦୁର୍ବଳ ହେବାକୁ ଯାଉଛି । ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । ଧାନକୁ ଏକାଠି କରି କିଭଳି ରଖାଯାଇପାରିବ ସେ ନେଇ ସଚେତନ କରାଯାଇଛି।

ତେବେ ଦୁଇ ଦିନ ପୂର୍ବରୁ ଯେଉଁ ଆକଳନ ଥିଲା ତାହା ଆପତତଃ ଦୁର୍ବଳ ହୋଇଯାଇଛି । ଆସନ୍ନ ପ୍ରସବା ଓ ଶିଶୁଙ୍କ ଯତ୍ନ ନିଆଯାଉଛି । ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.