ETV Bharat / city

‘ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜନୀତି କରୁଛନ୍ତି ସରକାର’ - ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନାର ମାତ୍ରା । ହେଲେ ଏନେଇ ରାଜ୍ୟ ସରକାର କୌଣସି ଦୃଢ ପଦକ୍ଷେପ ନେବା ବଦଳରେ ରାଜନୀତି କରୁଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି ।

women safety
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Dec 5, 2019, 3:51 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନାର ମାତ୍ରା । କେଉଁଠି ନାବାଳିକା ଦୁଷ୍କର୍ମର ଶିକାର ହେଉଛି ତ କେଉଁଠି କାର୍ଯ୍ୟରତ ମହିଳା ହେଉଛନ୍ତି ହୀନ ମାନସିକତା ଥିବା ଲୋକଙ୍କ ଲାଳସାର ଶିକାର । ହେଲେ ଏନେଇ ରାଜ୍ୟ ସରକାର କୌଣସି ଦୃଢ ପଦକ୍ଷେପ ନେବା ବଦଳରେ ରାଜନୀତି କରୁଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୁରୁବାର ଏନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକ । ତାଙ୍କ କହିବା ଅନୁଯାୟୀ ବିଜେଡି ନେତାଙ୍କୁ ବଞ୍ଚାଇବାକୁ ଏସବୁ ରାଜନୀତି ଓ ମୁଖ୍ୟମନ୍ତ୍ରୀ ଖୋଦ ଅସହାୟ । ଆହୁରି ମଧ୍ୟ କହିଛନ୍ତି କି ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ନକରି ଯେପର୍ଯ୍ୟନ୍ତ ନାରୀଙ୍କୁ ସୁରକ୍ଷା ଦେବାକୁ ସରକାର ଅସମର୍ଥ ସେପର୍ଯ୍ୟନ୍ତ କଂଗ୍ରେସର ଏହି ବିରୋଧ ଜାରି ରହିବ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହ ବିଗତ କିଛି ଦିନ ଧରି ରାଜ୍ୟ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ଅସହାୟତାକୁ ଗୋଟି ଗୋଟି କରି ବଖାଣିଖଥିଲେ ନେତା ସତ୍ୟ ପ୍ରକାଶ ନାୟକ । ବିଗତ କିଛି ଦିନ ଭିତରେ ଭଦ୍ରକ ଧୂସୁରି, ଖଣ୍ଡଗିରିର ଲୋମଟାଙ୍କୁରା ଅପରାଧ, ବାଙ୍କୀରେ ଅସଦାଚରଣ, ମୟୂରଭଞ୍ଜରେ ପୀଡିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଓ ବେବିନା ଘଟଣାରେ ଦୋଷୀଙ୍କୁ ଖଲାସ ଆଦି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛି କଂଗ୍ରେସ ।

ଏଥିସହ କୁନ୍ଦୁଲି ଘଟଣାରେ ବିଜେଡି ନେତା ବିଷ୍ଣୁ ଦାସ ଘଟଣାକୁ ସ୍ବୀକାର କରିବା ପରେ ବି ଘଟଣାକୁ ଭିନ୍ନ ମୋଡ ଦେବା ସହ ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ନ କରିବାକୁ କହିଛି କଂଗ୍ରେସ । ତେଣେ ରାଜ୍ୟରେ ନାରୀଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧ ଉପରେ ସମୟ ଥାଉ ଥାଉ ରାଜ୍ୟ ସରକାର ଯଦି ଅଙ୍କୁଶ ନଲଗାନ୍ତି ତେବେ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସତ୍ୟ ନାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜନୀତିର ପାଠ ପାଢା ଇଲା କଂଗ୍ରେସ
ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର।ବିରୋଧୀଙ୍କୁ ଉପଦେଶ ଦେଉଛନ୍ତି ଆଉ ନିଜେ ରାଜନୀତି କରିଛନ୍ତି। ବିଜେଡି ନେତାଙ୍କୁ ବଞ୍ଚିବାକୁ ସବୁ ରଜନୀତି, ମୁଖ୍ୟମନ୍ତ୍ରୀ ଅସହାୟ।
Body:ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ନକରନ୍ତୁ ସରକାର। ଯେପର୍ଯ୍ୟନ୍ତ ନାରୀଙ୍କ ବିରୁଦ୍ଧରେ ଅପରାଧ ଚାଲୁଥିବା ଓ ସରକାର ତାଙ୍କ ଉତ୍ତର ଦାଇତ୍ୱ ବିଝିଥିବେ କଂଗ୍ରେସ ତାର ବିରୋଧ ଜାରି ରଖିବ କହିଛନ୍ତି ସତ୍ୟ ପ୍ରକାଶ ନାୟକ ।ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ପଦାରେ ପଡିଛି । ନାରୀଙ୍କୁ ସୁରକ୍ଷା ଦେବାକୁ ଅସମର୍ଥ ସରକାର। କିନ୍ତୁ ବିଗତ କିଛିଦିନ ମଧ୍ୟରେ ଭଦ୍ରକ ଧୂସୁରି, ଖଣ୍ଡଗିରି ଲୋମଟାଙ୍କୁରା ଅପରାଧ। ବାଙ୍କିରେ ଅସଦଚାରଣ, ମୟୁରଭଞ୍ଜରେ ପିଡିତା ଅଧ୍ୟାପିକା ଆତ୍ମହତ୍ୟା କଲେ। ବେବିନା ଘଟଣାରେ ସମସ୍ତଙ୍କୁ ଖଲାସ କରାଗଲା, କୋର୍ଟ ସରକାରଙ୍କୁ ଭର୍ଚ୍ଚନା କଲା । କ୍ରାଇମବ୍ରାଞ୍ଚ କାହିଁ ଉପଯୁକ୍ତ ପ୍ରମାଣ ଦେଲାନାହିଁ। କିଏ କଲା ରାଜନୀତି, ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜୁଜନତା ଦଳ ପାଇଁ ସବୁ ରାଜନୀତି। କୁନ୍ଦୁଲି ଘଟଣାରେ ବିଜେଡି ନେତା ଵିଷ୍ଣୁ ଦାସ ସ୍ୱୀକାର କଲେ ଏହି ଘଟଣା , Conclusion:ହେଲେ ତାଙ୍କୁ ଅପମାନିତ କରାଗଲା।ଭଡାଟିଆ ପ୍ରବକ୍ତାଙ୍କୁ ନେଇ ରାଜନୀତି ଆଉ ନ କରନ୍ତୁ ସରକାରୀ ଦଳ। ଭେଡେନ ଘଟଣାରେ ଅଭିଯୁକ୍ତ ପୋଲିସଙ୍କୁ କାର୍ଯ୍ୟାନୁଷ୍ଠାନ କାହିଁ ହେଲାନି। ରାଜନୀତି କଂଗ୍ରେସ କରୁନୁ, ନାରୀଙ୍କ ବିରୁଦ୍ଧରେ ଚାଲୁଥିବା ଅପରାଧ ରୋକିବା ପାଇଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବା ଯେପଯ୍ୟନ୍ତ ସରକାର ନିଜ ଉତ୍ତର ଦାଇତ୍ୱ ନବୁଝିଛନ୍ତି ଆନ୍ଦୋଳନ ଜାରି ରହିବ।ବୋଲି କହିଛନ୍ତି ସତ୍ୟ ପ୍ରକାଶ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.