ଭୁବନେଶ୍ବର: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବିଳମ୍ବ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛି ରାଜ୍ୟ ବିଜେପି । ସରକାର ନିଜେ ଦୁର୍ନୀତିରେ ସଂପୃକ୍ତି ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିକ୍ରିୟା ଦେଇ ବିଜେପି ନେତା ରବି ନାୟକ କହିଛନ୍ତି ଯେ କୋରୋନା ଆଳ ଦେଖେଇ ନିର୍ବାଚନ ଘୁଞ୍ଚେଇବା ପାଇଁ ଚାହୁଁଛନ୍ତି ସରକାର । ସରକାର ବିଭିନ୍ନ ସମୟରେ ଦୁର୍ନୀତିରେ ସଂପୃକ୍ତି ରହିଛନ୍ତି । କୋରୋନାରେ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଅବ୍ୟବସ୍ଥା । ସେପଟେ ଚାଷୀଙ୍କ ସମସ୍ୟା ନେଇ ଲୋକଙ୍କ ମନରେ ଅସନ୍ତୋଷ ରହିଛି । ସେଥିପାଇଁ ରାଜ୍ୟ ସରକାର ଜାଣିଶୁଣି ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବା ପାଇଁ ଚାହୁଁଛି ବୋଲି ବିଜେପି କହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ