ETV Bharat / city

ଗଞ୍ଜାମରେ କୋଭିଡ ପରିଚାଳନାରେ ଫେଲ ରାଜ୍ୟ ସରକାର: ଭୃଗୁ ବକ୍ସିପାତ୍ର - bhubaneswar news

ଗଞ୍ଜାମରେ କୋଭିଡ ପରିଚାଳନାରେ ତ୍ରୁଟି ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଜିଲ୍ଲାରେ ଥିବା କ୍ଵାରେନଣ୍ଟାଇନ ସେଣ୍ଟରରେ ଠିକ୍ ଭାବେ ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଏପରିକି ପରିଚାଳନା ଠିକ ଭାବରେ ହେଉନାହିଁ କି ସେମାନଙ୍କର ରହିବା ପାଇଁ ଭଲ ଭାବରେ ବ୍ୟବସ୍ଥା କରାଯାଇନାହିଁ । ଆଉ ଜିଲ୍ଲାରେ ଏଭଳି ସ୍ଥିତି ସ୍ପଷ୍ଟ ବୟାନ କରୁଛି ଯେ ସରକାର ନିଜ ପରିଚାଳନାରେ ଫେଲ ମାରିଛନ୍ତି ।

State government has failed to manage the covid in Ganjam
ଗଞ୍ଜାମରେ କୋଭିଡ ପରିଚାଳନାରେ ଫେଲ ମାରିଛନ୍ତି ରାଜ୍ୟ ସରକାର: ଭୃଗୁ ବକ୍ସିପାତ୍ର
author img

By

Published : Jul 14, 2020, 3:55 PM IST

ଭୁବନେଶ୍ବର: ଗଞ୍ଜାମରେ କୋଭିଡ ପରିଚାଳନାରେ ତ୍ରୁଟି ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଜିଲ୍ଲାରେ ଥିବା କ୍ଵାରେନଣ୍ଟାଇନ ସେଣ୍ଟରରେ ଠିକ୍ ଭାବେ ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଏପରିକି ପରିଚାଳନା ଠିକ ଭାବରେ ହେଉନାହିଁ କି ସେମାନଙ୍କର ରହିବା ପାଇଁ ଭଲ ଭାବରେ ବ୍ୟବସ୍ଥା କରାଯାଇନାହିଁ । ଆଉ ଜିଲ୍ଲାରେ ଏଭଳି ସ୍ଥିତି ସ୍ପଷ୍ଟ ବୟାନ କରୁଛି ଯେ ସରକାର ନିଜ ପରିଚାଳନାରେ ଫେଲ ମାରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମରେ ସରକାର କାହାକୁ ନିଜ ବିଶ୍ବାସକୁ ନେଇନାହାନ୍ତି । ଜିଲ୍ଲାର କେତେକ ଆଇଏଏସ ଅଫିସର ମ୍ୟାନେଜମେଣ୍ଟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ରାତିରେ ନିଷ୍ପତ୍ତି ନେଇ ସକାଳକୁ ଲକଡାଉନ ଓ ସଟଡାଉନ ଘୋଷଣା କରୁଛନ୍ତି । ଆଉ ପ୍ରଶାସନର ଏଭଳି ନିଷ୍ପତ୍ତି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।

ଗଞ୍ଜାମରେ କୋଭିଡ ପରିଚାଳନାରେ ଫେଲ ମାରିଛନ୍ତି ରାଜ୍ୟ ସରକାର: ଭୃଗୁ ବକ୍ସିପାତ୍ର

ସେହିପରି ସାରା ରାଜ୍ୟରେ ଯେଉଁଭଳି ଭାବରେ କୋଭିଡ ପରିଚାଳନା କରାଯାଉଛି ସେ ନେଇ ଭୃଗୁ ବକ୍ସିପାତ୍ର ସନ୍ଦେହ ପ୍ରକାଶ କରିଛନ୍ତି । ଦିନକୁ ଦିନ ରାଜ୍ୟରେ ବଢୁଥିବା ପଜିଟିଭ ସଂଖ୍ୟା ଓ ସୁସ୍ଥଙ୍କ ସଂଖ୍ୟା ସଂଖ୍ୟାକୁ ନେଇ ସରକାର ପ୍ରତିଯୋଗିତା କରୁଛନ୍ତି । କାରଣ ସୁସ୍ଥ ଓ ପଜିଟିଭଙ୍କ ସର୍ବଦା ପାଖପାଖି ରହୁଛି । ଯାହାର ଜ୍ବଳନ୍ତ ଉଦାହରଣ ଭାବେ ସେ ଗଞ୍ଜାମ ଜିଲ୍ଲାକୁ ଆଙ୍ଗୁଲି ନିର୍ଦ୍ଦେଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.