ETV Bharat / city

ଯୁବକଙ୍କ କୌଶଳ ବିକାଶ ନାଁରେ ୫୬୮.୪୩ କୋଟି ଠକିଛନ୍ତି ରାଜ୍ୟ ସରକାର: ଲେଖାଶ୍ରୀ

ରାଜ୍ଯରେ ନିଯୁକ୍ତି କ୍ଷେତ୍ରରେ ଅବହେଳାକୁ ନେଇ ବର୍ଷିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସିଏଜି ରିପୋର୍ଟ ଅନୁଯାୟୀ ଓଡିଶାର ଯୁବକମାନଙ୍କୁ ରାଜ୍ୟ ସରକାର ଠକୁଛନ୍ତି ବୋଲି କଲେ ଅଭିଯୋଗ । ଅଧିକ ପଢନ୍ତୁ...

ଯୁବକଙ୍କ କୌଶଳ ବିକାଶ ନାଁରେ ୫୬୮.୪୩ କୋଟି ଠକିଛନ୍ତି ରାଜ୍ୟ ସରକାର: ଲେଖାଶ୍ରୀ
ଯୁବକଙ୍କ କୌଶଳ ବିକାଶ ନାଁରେ ୫୬୮.୪୩ କୋଟି ଠକିଛନ୍ତି ରାଜ୍ୟ ସରକାର: ଲେଖାଶ୍ରୀ
author img

By

Published : Apr 23, 2021, 8:46 PM IST

ଭୁବନେଶ୍ବର: ସିଏଜି ରିପୋର୍ଟ ଅନୁଯାୟୀ ଓଡିଶାର ଯୁବକମାନଙ୍କୁ ଭଣ୍ଡା ଯାଇଛି, ନିଯୁକ୍ତି ନାଁରେ ଠକିଛନ୍ତି ରାଜ୍ୟ ସରକାର । 568 କୋଟିର ହେରଫେର କରୁଛନ୍ତି ଓଡିଶା ସରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଭାଗରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ପଞ୍ଚାୟତିରାଜ ବିଭାଗ ସମ୍ପୂର୍ଣ୍ଣ ଟଙ୍କାକୁ ହରିଲୁଟ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ଡିକେ ସିଂ ଦୀର୍ଘ 9 ବର୍ଷ ହେଲା ଦାୟିତ୍ୱରେ ରହିଛନ୍ତି । ଯାହାଦ୍ୱାରା ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଓରମାସର ମୁଖ୍ୟ ବିଏନ ଦାସ ନିଜ ପଦରେ 21 ବର୍ଷ ହେଲା ରହିଛନ୍ତି । ଯେତିକି ବର୍ଷ ବିଜେଡିର ଆୟୁଷ ସେତିକି ବର୍ଷ ତାଙ୍କର କାର୍ଯ୍ୟକାଳ ।
ପ୍ରୋଜେକଟ ସ୍କ୍ରିନିଂ ଏଜେନ୍ସିକୁ ନେଇ ଟଙ୍କା ହରିଲୁଟ କରାଯାଇଛି । ରାଜ୍ୟ ସରକାର କହିଛନ୍ତି 1 ଲକ୍ଷ 31 ହଜାର ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେଇଛନ୍ତି । 97 ହଜାର 198 ଜଣକୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ସିଏଜି ରିପୋର୍ଟ ଅନୁଯାୟୀ 77% ମିଥ୍ୟା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ସେହିପରି 95 ଟି ଏଜେନ୍ସିକୁ ସରକାର ପ୍ରୋଜେକ୍ଟ ଦାୟିତ୍ୱ ଦେଇଥିଲେ, 26 ଟି ଏଜେନ୍ସି ପ୍ରଥମ କିସ୍ତି ନେବା ପରେ ସେମାନେ ଗାୟବ ହୋଇଗଲେ । ସେମାନେ ହେଉଛନ୍ତି ଭୂତ କମ୍ପାନୀ । ଏଥିସହ 4ଟି ଏଜେନ୍ସିର ଯୋଗ୍ୟତା ନାହିଁ କିନ୍ତୁ 76 କୋଟି ଦିଆଯାଇଛି । ସବୁଠାରୁ ଆଗରେ ରହିଛି ଏଏସଡ଼ି ଏଜୁକେସନ । ଏହି କମ୍ପାନୀ ଖର୍ଚ୍ଚରେ ବିଭାଗୀୟ ସଚିବ ଦେଓ ରଞ୍ଜନ ସିଂ, କୌଶଳ ବିକାଶ ସଚିବ ସଞ୍ଜୟ ସିଂ ଏବଂ ଓରମାସ ମୁଖ୍ୟ ବିଏନ ଦାସ ଅଷ୍ଟ୍ରେଲିଆ ଗଲେ ମୌଜ ମଜଲିସ କଲେ । ଏଏସଡ଼ି ଏଜୁକେସନ ଏଜେନ୍ସିର ଯୋଗ୍ୟତା 3 କୋଟି କିନ୍ତୁ ଦିଆଯାଇଛି 20 କୋଟି ।

ଏହି ଘଟଣାକୁ ସିବିଆଇ, ଭିଜିଲାନ୍ସକୁ ଦିଆଯାଉ ବୋଲି ସିଏଜି ମଧ୍ୟ କହିଛନ୍ତି । ଯଦି ସତରେ ଯୁବକଙ୍କୁ ରୋଜଗାର ଦିଆଯାଇଥାନ୍ତା, ଆମ ରାଜ୍ୟର ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିନଥାନ୍ତା, ଦାଦନ ଖଟି ନଥାନ୍ତେ । ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.