ETV Bharat / city

'ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ରାଜ୍ୟ ସରକାର ଦେଉଛନ୍ତି ମିଥ୍ୟା ତଥ୍ୟ' - IIT hyderabad information

କେନ୍ଦ୍ରାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଭୂତଳ ପାନୀୟ ଜଳ ସଙ୍କଟ ରହିବ ନାହିଁ । IIT ହାଇଦ୍ରାବାଦ ଏଭଳି ତଥ୍ୟ ଦେଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । ଅଧିକ ପଢ଼ନ୍ତୁ...

'ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ରାଜ୍ୟ ସରକାର ଦେଉଛନ୍ତି ମିଥ୍ୟା ତଥ୍ୟ'
'ମେଗା ଜଳ ପ୍ରକଳ୍ପ ନେଇ ରାଜ୍ୟ ସରକାର ଦେଉଛନ୍ତି ମିଥ୍ୟା ତଥ୍ୟ'
author img

By

Published : Sep 28, 2021, 10:08 PM IST

Updated : Oct 4, 2021, 4:57 PM IST

ଭୁବନେଶ୍ବର: କେନ୍ଦ୍ରାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଭୂତଳ ପାନୀୟ ଜଳ ସଙ୍କଟ ରହିବ ନାହିଁ । IIT ହାଇଦ୍ରାବାଦ ଏଭଳି ତଥ୍ୟ ଦେଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି କୃଷି ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । IIT ହାଇଦ୍ରାବାଦ ଏଭଳି କୌଣସି ତଥ୍ୟ ଦେଇନଥିବା ଅଭିଯୋଗ କରିଛନ୍ତି କୃଷି ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

'ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ରାଜ୍ୟ ସରକାର ଦେଉଛନ୍ତି ମିଥ୍ୟା ତଥ୍ୟ'

RTI ତଥ୍ୟ ମୁତାବକ ଭୂତଳ ପାନୀୟ ଜଳକୁ ନେଇ IIT ହାଇଦ୍ରାବାଦ କୌଣସି ସୂଚନା ଦିଆଯାଇନାହିଁ । ରାଜ୍ୟ ସରକାର ମିଥ୍ୟ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଯଦି IIT ହାଇଦ୍ରାବାଦର କୌଣସି ଅଧିକାରୀ ଏଭଳି ମିଥ୍ୟା ତଥ୍ୟ ଦେଇଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ।

ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅଗଷ୍ଟ ମାସରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ରାଜକନିକା ବ୍ଲକର ବରୁଣାଡିହା, ଭାରିଗଦା ଓ ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ ।

ଖରସ୍ରୋତା ପ୍ରକଳ୍ପ ବିରୋଧରେ ମୁଣ୍ଡ ଟେକିଥିବା ଜନ ଆନ୍ଦୋଳନକୁ ରାଜ୍ୟ ସରକାର ସମର୍ଥନ ଦିଅନ୍ତୁ । ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ଦମନଲୀଳା ବନ୍ଦ କରାନ୍ତୁ ବୋଲି କହିଛନ୍ତି କୃଷି ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଏହି ସମସ୍ତ ଦିଗରେ ତର୍ଜମା ହେବ ଆବଶ୍ୟକ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ରାଜ୍ୟରେ ତାମିଲିଆନ କମ୍ପାନୀମାନଙ୍କ ପ୍ରାଦୃର୍ଭାବ ଅଧିକ ରହିଛି । ରାଜ୍ୟ ସରକାର ଏହି ସବୁ କମ୍ପାନୀ ଗୁଡି଼କୁ ଅହେତୁକ ଅନୁକମ୍ପା ପ୍ରଦାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 4, 2021, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.