ETV Bharat / city

ପୁଣି ଆଦିବାସୀ କାର୍ଡ ଖେଳିଲା କଂଗ୍ରେସ, ଆଦିବାସୀଙ୍କୁ ପ୍ରତାରଣା କରୁଛନ୍ତି ସରକାର - ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ବ୍ୟବସ୍ଥା

ରାଜ୍ୟରେ ଆଦିବାସୀଙ୍କୁ ପ୍ରତାରଣା କରିଛନ୍ତି ନବୀନ ସରକାର । ଚଳିତ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାରେ ଆଦିବାସୀଙ୍କୁ ନେଇ ଖେଳିଛି ଶାସକ ଦଳ ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ

ପୁଣି ଆଦିବାସୀ କାର୍ଡ ଖେଳିଲା କଂଗ୍ରେସ, ଆଦିବାସୀଙ୍କୁ ପ୍ରତାରଣା କରୁଛନ୍ତି ସରକାର

author img

By

Published : Jan 10, 2022, 9:24 PM IST

ଭୁବନେଶ୍ବର: ପୁଣି ଆଦିବାସୀ କାର୍ଡ ଖେଳିଲା କଂଗ୍ରେସ। ଆଗାମୀ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆଦିବାସୀମାନେ ଅସନ୍ତୁଷ୍ଟ । ଏହି ବିଷୟକୁ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ରାଜ୍ୟ ଏସଟି ସେଲର ମୁଖ୍ୟ ଭୁଜବଳ ମାଝୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପୁଣି ଆଦିବାସୀ କାର୍ଡ ଖେଳିଲା କଂଗ୍ରେସ, ଆଦିବାସୀଙ୍କୁ ପ୍ରତାରଣା କରୁଛନ୍ତି ସରକାର

ରାଜ୍ୟରେ ଆଦିବାସୀଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର । 23 ପରେ ସରପଞ୍ଚ ପଦବୀ ପାଇଁ କୌଣସି ସଂରକ୍ଷଣ ନାହିଁ । 195 ଟି ବ୍ଲକରେ ପଞ୍ଚାୟତ ସମିତି ସଭ୍ୟରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ନାହିଁ । ସମ୍ବିଧାନ 243 D ଧାରା ଅନୁସାରେ ଏସସି ଓ ଏସଟି ମାନଙ୍କୁ ସଂରକ୍ଷଣ ଦେବା କଥା । ପଞ୍ଚାୟତରାଜ ଆଇନ 1964 ଓ ପଞ୍ଚାୟତ ସମିତି ଆଇନ 1959 ଅନୁସାରେ ଜନସଂଖ୍ୟା ଅନୁସାରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଏସସି ଅଞ୍ଚଳରେ ସବୁ ସରପଞ୍ଚ ପଦବୀକୁ ସଂରକ୍ଷଣ କରି ଦେଇଛନ୍ତି । କିନ୍ତୁ ଆଇନ ଅନୁସାରେ ସିଡୁଲ ଜିଲ୍ଲାରେ 50 ପ୍ରତିଶତରୁ କମ ସଂରକ୍ଷଣ କରିବା କଥା ନୁହେଁ । ସେହିଭଳି ନନ ସିଡୁଲ ଜିଲ୍ଲାରେ ଅଧିକ ଆଦିବାସୀ ଲୋକ ଥିବା ଅଞ୍ଚଳରେ ସଂରକ୍ଷଣ ରହିବା ଉଚିତ।

ସେହିପରି ବଲାଙ୍ଗୀରର ଖପ୍ରାଖୋଲ, ଜଳେଶ୍ବର ଭଳି ଅନେକ ବ୍ଲକରେ ଗୋଟିଏ ବି ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷଣ ନାହିଁ । ବିଭିନ୍ନ ସ୍ଥାନରେ ଆଦିବାସୀମାନେ ଆନ୍ଦୋଳନ କରୁଛନ୍ତି । ଆଜି ଆମେ ହାଇକୋର୍ଟରେ ରିଟ ପିଟିସନ କରିବୁ । ରାଜ୍ୟ ସରକାର ଏସଟି ମାନଙ୍କ ପାଇଁ ସଂରକ୍ଷଣ ଆଣି ନିର୍ବାଚନକୁ ଯାଆନ୍ତୁ । ପ୍ରତି ଅଞ୍ଚଳରେ 22 ପ୍ରତିଶତ ଅନୁସାରେ ସଂରକ୍ଷଣ ଦିଅନ୍ତୁ ନହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.