ETV Bharat / city

ସରିନି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ, ବାକି ଅଛନ୍ତି 21 ଲକ୍ଷ - 100 percent vaccination in odisha

ବର୍ତ୍ତମାନ ସୁଦ୍ଧା ୯୩.୫ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ପ୍ରଥମ ଡୋଜ ଟିକା ନେବାକୁ ଆହୁରି ୨୧ଲକ୍ଷ ଲୋକ ବାକି ଅଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ସରିନି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ
ସରିନି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ
author img

By

Published : Jan 27, 2022, 1:31 PM IST

ଭୁବନେଶ୍ବର: ମହାମାରୀ ବିରୋଧରେ ଜାରି ରହିଛି ଟୀକାକରଣ ଅଭିଯାନ । ପର୍ଯ୍ୟାୟ କ୍ରମେ ଟୀକାକରଣ ଜୋରସୋରରେ ଚାଲିଛି । ଏ ଯାଏଁ ୫ କୋଟି ୬୨ ଲକ୍ଷ ଡୋଜ ଟିକା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ମଧ୍ୟ ରାଜ୍ୟରେ ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ସମ୍ପୂର୍ଣ୍ଣ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ୯୩.୫ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ପ୍ରଥମ ଡୋଜ ଟିକା ନେବାକୁ ଆହୁରି ୨୧ଲକ୍ଷ ଲୋକ ବାକି ଅଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବାକି ରହିଥିବା ଲୋକଙ୍କୁ କିପରି ଶୀଘ୍ର ଟୀକାକରଣ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ତେଣୁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫କୋଟି ୬୨ ଲକ୍ଷ ଦିଆସରିଛି। ସେଥି ମଧ୍ୟରୁ ପ୍ରଥମ ଡୋଜ ୯୩.୫% ଓ ଦ୍ବିତୀୟ ଡୋଜ ୭୪ % ଦିଆଯାଇଛି ।

ସରିନି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ

ସେହିପରି ୧୫ ରୁ ୧୮ ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆ ସରିଛି । ଯାହା କି ଟାର୍ଗେଟରୁ ୫୯ % । ଏହାସହ ୩ ଲକ୍ଷ ୮୭ହଜାର ବୁଷ୍ଟର ଡୋଜ ଦିଆ ସରିଛି । ସ୍ବାସ୍ଥକର୍ମୀ, ଆଗଧାଡି କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ଜାରି ରହିଛି । ୩ ଲକ୍ଷ ୮୭ ହଜାର ବୁଷ୍ଟର ଡୋଜ ଟୀକାକରଣ ସରିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଆଜି ରାଜ୍ୟରେ ୩୨୬୨ ଟି ଟୀକାକରଣ କେନ୍ଦ୍ରରେ ସମସ୍ତ ବର୍ଗର ହିତାଧିକାରୀଙ୍କୁ ଟୀକାକରଣ ଜାରି ରହିଛି । ଯେତେ ଶୀଘ୍ର ସମ୍ଭବ ଟୀକାକରଣ କାର୍ଯ୍ୟ ସମୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ପ୍ରୟାସ ଜାରି ଥିବା କହିଛନ୍ତି ପରିବାର କଲ୍ୟାଣ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.