ETV Bharat / city

Rajya Sabha Election: ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ - ରାଜ୍ୟସଭା ନିର୍ବାଚନ ପାଇଁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ତ୍ବାରାନ୍ବିତ ହୋଇଛି ପ୍ରକ୍ରିୟା । ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଜୁଲାଇ ସୁଦ୍ଧା ରାଜ୍ୟସଭା ନିର୍ବାଚନ ଶେଷ ହେବ । ଅଧିକ ପଢନ୍ତୁ

RajyaSabha Election
RajyaSabha Election
author img

By

Published : Apr 28, 2022, 3:33 PM IST

ଭୁବନେଶ୍ବର: ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ତ୍ବାରାନ୍ବିତ ହୋଇଛି ପ୍ରକ୍ରିୟା । ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଜୁଲାଇ ସୁଦ୍ଧା ରାଜ୍ୟସଭା ନିର୍ବାଚନ ଶେଷ ହେବ ।

ସାଂସଦ ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ ୩ ଜୁନ ୨୦୧୬ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକାଳ ୨ ଜୁନ ୨୦୨୨ ରେ ଶେଷ ହେବ । ସେହିପରି ସସ୍ମିତ ପାତ୍ର ୨୮ ଜୁନ ୨୦୧୯ ରେ ବାଇ-ଇଲେକ୍ସନ ଜରିଆରେ ରାଜ୍ୟସଭା ଯାଇଥିଲେ । ପ୍ରଥମେ ଏହି ଆସନରେ ସ୍ବର୍ଗତ ବିଷ୍ଣୁଚରଣ ଦାସ ୩ ଜୁନ ୨୦୧୬ ରେ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୮ ମେ ୨୦୧୭ ରେ ତାଙ୍କ ସ୍ଥାନରେ ଯାଇଥିଲେ ପ୍ରତାପ କେଶର ଦେବ । ତାଙ୍କ ପରେ ୨୮ ଜୁନରେ ୨୦୧୯ ରେ ସସ୍ମିତ ପାତ୍ର ସେହି ଆସନକୁ ପୁନଃ ନିର୍ବାଚିତ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.