ଭୁବନେଶ୍ବର: ଆଗାମୀ ଦିନରେ ପାରାଲମ୍ପିକ ଖେଳରେ ଭାଗ ନେଇ ସଫଳତା ଅର୍ଜନ କରିଥିବା ଖେଳାଳିଙ୍କୁ ରାଜ୍ୟରେ ଚାକିରୀ ଓ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିବ ରାଜ୍ୟ ଭିନ୍ନକ୍ଷମ କମିଶନ। ସେମାନେ କିଭଳି ଭାବରେ ଆଗକୁ ପଢିପାରିବେ, ସେଥିପାଇଁ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ଅନେକ ପଦକ୍ଷପ ପାଇଁ ଯୋଜନା କରୁଛନ୍ତି। ସମାଜରେ ଅନେକ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସେମାନଙ୍କର ଲକ୍ଷ୍ୟ ଆଗରେ ସେମାନଙ୍କ ଭିନ୍ନକ୍ଷମତାକୁ ଆସିବାକୁ ଦିଅନ୍ତି ନାହିଁ ବୋଲି ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି।
ସେହିଭଳି କିଛି ପ୍ରତିଭାଙ୍କ ଜୀବନ କାହାଣୀକୁ ନେଇ କଫି ଟେବୁଲ ପୁସ୍ତକ ଇନ୍ସ୍ପାୟାର ଏମ ପାୱାରକୁ ଲୋକାର୍ପିତ କରାଯାଇଛି। ଏହାକୁ ନେଇ ଆଜି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଲୋକାର୍ପିତ କରିଛନ୍ତି । ପ୍ରମୋଦ ଭଗତଙ୍କ ସମେତ ଅନ୍ୟ 17 ଜଣଙ୍କ କାହାଣୀକୁ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି। ସେମାନେ ସର୍ବଦା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହିତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ରାଜ୍ୟ ସରକାର ସଦାସର୍ବଦା ଭିନ୍ନକ୍ଷମଙ୍କୁ ସାହାଯ୍ୟ ସହଯୋଗ କରି ଆସୁଛନ୍ତି ବୋଲି ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ