ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟର 30 ଜିଲ୍ଲାରୁ 2752 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1708 ଓ ସ୍ଥାନୀୟ ସଂକ୍ରମଣ 1044 ରହିଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁ୍ଣ୍ତବ୍ୟଥାର କାରଣ ସାଜିଛି ।
ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ 423 ରହିଛନ୍ତି । ଅନୁଗୋଳରୁ 23, ବାଲେଶ୍ବରରୁ 129, ବରଗଡରୁ 28, ଭଦ୍ରକରୁ 58, ବଲାଙ୍ଗୀରରୁ 14, ବୌଦ୍ଧରୁ 11, କଟକରୁ 247, ଦେଓଗଡରୁ 6, ଢେଙ୍କାନାଳରୁ 1 ଓ ଗଜପତିରୁ 60 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ 212, ଝରସୁଗୁଡ଼ାରୁ 15, କଳାହାଣ୍ଡିରୁ 16, କନ୍ଧମାଳରୁ 95, କେନ୍ଦ୍ରାପଡାରୁ 97, କେନ୍ଦୁଝରରୁ 28,କୋରାପୁଟରୁ 174, ମାଲକାନଗିରିରୁ 101, ମୟୂରଭଞ୍ଜରୁ 137, ନବରଙ୍ଗପୁରରୁ 27, ନୟାଗଡରୁ 103 ଓ ନୂଆପଡାରୁ 8 ସଂକ୍ରମିତ ରହିଛନ୍ତି ।
ସେହିପରି,ପୁରୀରୁ 144, ରାୟଗଡାରୁ 177, ସମ୍ବଲପୁରରୁ 55,ସୋନପୁରରୁ 1 ଓ ସୁନ୍ଦରଗଡରୁ 44 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 84,231 ଛୁଇଁଥିବା ବେଳେ 56,924 ଆରୋଗ୍ୟ ଲାଭ କରିଛନ୍ତି । ଏହାସହ 26,826 ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ