ETV Bharat / city

ରେଡ଼ ଜୋନରେ 24 ଜିଲ୍ଲା, ମୃତ୍ୟୁ ସଂଖ୍ୟାରେ ଆଗରେ ଖୋର୍ଦ୍ଧା

author img

By

Published : May 9, 2021, 6:32 PM IST

ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣ। ଦୈନିକ 10 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଚିନ୍ହଟ ହେଉଛନ୍ତି। ତେବେ ଆଜି ରାଜ୍ୟରେ 24 ଟି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ରେଡ଼ ଜୋନରେ ରହିଥିବା ବେଳେ ୟୋଲୋ ଜୋନରେ ରହିଛି ମାତ୍ର 6 ଟି ଜିଲ୍ଲା । ଅଧିକ ପଢନ୍ତୁ...

ରେଡ଼ ଜୋନରେ 24 ଜିଲ୍ଲା, ମୃତ୍ୟୁ ସଂଖ୍ୟା ଆଗରେ ରହିଛି ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣ। ଦୈନିକ 10 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଚିନ୍ହଟ ହେଉଛନ୍ତି। ତେବେ ଆଜି ରାଜ୍ୟରେ 24 ଟି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ରେଡ଼ ଜୋନରେ ରହିଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ଖୋର୍ଦ୍ଧା, କଟକ , ପୁରୀ, ନୟାଗଡ, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରହଡ଼, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା, ନୂଆପଡା, ସୁବ୍ରଣ୍ଣପୁର । ସେହିପରି ୟୋଲୋ ଜୋନରେ ରହିଛି ମାତ୍ର 6 ଟି ଜିଲ୍ଲା । ସେଗୁଡିକ ହେଲା ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ଦେଓଗଡ, ମାଲକାନଗିରି ।

ଅନ୍ୟପଟେ ରାଜ୍ୟରେ କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରେ 5 ହଜାରରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଆଗରେ ଅଛି ଖୋର୍ଦ୍ଧା, ଦ୍ୱିତୀୟରେ ରହିଛି ଗଂଜାମ, ଏବଂ ତା ପଛକୁ ରହିଛି ସୁନ୍ଦରଗଡ, କଟକ ଓ ବାଲେଶ୍ୱର।

ତେବେ ରାଜ୍ୟରେ 0 ରୁ 14 ବର୍ଷ ବୟସ ମଧ୍ୟରେ 26 ହଜାର 832 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 15 ରୁ 40 ବର୍ଷ ବୟସ ମଧ୍ୟରେ 2 ଲକ୍ଷ 79 ହଜାର 308 ସଂକ୍ରମଣ ହୋଇଛନ୍ତି। ଅନ୍ୟାପଟେ 41 ବର୍ଷ ବୟସରୁ 60 ବର୍ଷ ପର୍ଯ୍ୟନ୍ତ 1 ଲକ୍ଷ 73 ହଜାର 251 ଜଣ ଆକ୍ରାନ୍ତ ହୋଇଥିବା ବେଳେ 60 ରୁ ଉର୍ଦ୍ଧ ବୟସର 55 ହଜାର 451 ସଂକ୍ରମଣ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ହୋଇ ରହିଛି।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ମୋଟ କୋଭିଡ ହସ୍ପିଟାଲ 76 ଟି ରହିଛି । ଏବେବି ଅନେକ ଜିଲ୍ଲାରେ କୋଭିଡ ହସ୍ପିଟାଲ କରିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ମୋଟ 9 ହଜାର 365 ଟି ବେଡ଼ ଏବଂ 2 ହଜାର 774 ଟି ଆଇସିୟୁ ବେଡ଼ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.