ETV Bharat / city

ବିଜେଡି ନେତା ରବି ନନ୍ଦଙ୍କୁ ଦଳରୁ ବହିଷ୍କାର ଦାବି କଲା କଂଗ୍ରେସ - ବିଜେପି ବିଜେଡି ଭିତ୍ତିରି ସମ୍ପର୍କ ରହିଛି

ପଞ୍ଚାୟତ ନିର୍ବାଚନରେ ନିୟମ ଉଲ୍ଲଙ୍ଘନ ଓ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପ୍ରେସମିଟ କରି ଜବାବ ମାଗିଛି । ଅଧିକ ପଢନ୍ତୁ

କଂଗ୍ରେସ
କଂଗ୍ରେସ
author img

By

Published : Feb 9, 2022, 5:59 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ନିୟମ ଉଲ୍ଲଙ୍ଘନ ଓ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପ୍ରେସମିଟ କରି ଜବାବ ମାଗିଛି ।

ବିଜେଡି ନେତା ରବି ନନ୍ଦଙ୍କୁ ଦଳରୁ ବହିଷ୍କାର ଦାବି କଲା କଂଗ୍ରେସ

ଦଳର ମୁଖପାତ୍ର ମନୋଜ ମହାପାତ୍ର ପ୍ରେସମିଟ କରି କହିଛନ୍ତି, କୋରାପୁଟ ଜୟପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁରୀରୁ ଆଜ୍ଞାମାଳ ଆଣିଛନ୍ତି । ଆଜ୍ଞାମାଳ ଛୁଇଁ ନିର୍ବାଚନରେ ବିଜେଡିକୁ ଭୋଟ ଦିଅନ୍ତୁ ବୋଲି ଜନତାଙ୍କୁ କହୁଛନ୍ତି । ଯାହା ନିର୍ବାଚନ କମିଶନଙ୍କ ନିୟମର ଖୋଲା ଉଲ୍ଲଙ୍ଘନ । ଏହା କେତେ ଯୁକ୍ତିଯୁକ୍ତ ଦାବି କରି ରବି ନନ୍ଦଙ୍କ ବିରୋଧରେ ଫୌଜାଦାରୀ ମକଦମା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସେହିଭଳି ବିଜେପି ଓ ବିଜେଡି ମଧ୍ୟରେ ଭିତ୍ତିରି ସମ୍ପର୍କ ପୁଣି ଥରେ ସାମନାକୁ ଆସିଥିବା ସେ କହିଛନ୍ତି । ମନୋଜ ଅଭିଯୋଗ କହିଛନ୍ତି ରାଜ୍ୟରେ ଉଭୟ ଦଳ କଳି କରି ରାଜ୍ୟସଭାରେ କୋଳାକୋଳି ହେଉଛନ୍ତି । ଯାହାର ଜୀବନ୍ତ ପ୍ରମାଣ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ବୋଲି କହିଛନ୍ତି । କଂଗ୍ରେସ ଦାବି କରିଛି ଓଡିଶା ବାରୁମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଛି । ତେଣୁ ପ୍ରଧାନମନ୍ତ୍ରୀ ରାଜ୍ୟର ସ୍ବାର୍ଥପାଇଁ କିଛି କାମ କରନ୍ତୁ ।

ସେହିପରି ମନୋଜ କହିଛନ୍ତି କେନ୍ଦ୍ର ସରକାର କାହା ସ୍ବାର୍ଥରେ ବିମାନବନ୍ଦରକୁ ବିକ୍ରି କରୁଛନ୍ତି । ରାଉଲକେଲା ଷ୍ଟିଲ ପ୍ଲାନ, ନାଲକୋ ଘରୋଇକରଣ କରିବାର ବ୍ୟବସ୍ଥା ହେଉଛି । ତାହାର ଉତ୍ତର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ସରକାର ବୋଲି କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.