ETV Bharat / city

କ୍ଷମତା ପାଇଁ କଂଗ୍ରେସର କସରତ, ବୁଦ୍ଧିଜୀବୀଙ୍କ ମତ ଲୋଡ଼ିଲା ଦଳ

ଲୋକଙ୍କ ନିକଟତର ହେବାକୁ କେଉଁଠି ରହୁଛି ସମସ୍ଯା । କାହିଁକି ଗ୍ରହଣ କରୁନାହାଁନ୍ତି ସାଧାରଣ ଜନତା । ବିଶ୍ବାସ ଜୁଟାଇବାକୁ ପ୍ରୟାସ ଖୋଜୁଛି ରାଜ୍ୟ କଂଗେସ । ରାଜ୍ୟର ଅନେକ ବୁଦ୍ଧିଜୀବୀଙ୍କ ମତ ଲୋଡ଼ିଛି ଦଳ । ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶରେ ଲୋକଙ୍କ ନିକଟକୁ କଂଗ୍ରେସ ।

ଫଟୋ ସୈଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Oct 4, 2019, 5:43 PM IST

ଭୁବନେଶ୍ବର: କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଆରମ୍ଭ କରିଛି କସରତ । ଦଳର ସମସ୍ୟା ଓ ଗ୍ରହଣୀୟତାକୁ ଦୂର କରି କିପରି ଲୋକଙ୍କ ବିଶ୍ବାସ ଭାଜନ ହୋଇ ପାରିବ ସେନେଇ ବିଶିଷ୍ଟ ବ୍ୟକ୍ତିଙ୍କ ମତ ଲୋଡିଛି କଂଗ୍ରେସ । କାହିଁକି ସାଧାରଣ ଲୋକେ ଦଳକୁ ଗ୍ରହଣ କରୁ ନାହାଁନ୍ତି । ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛି ଦଳ ।

କ୍ଷମତା ପାଇଁ କଂଗ୍ରେସର କସରତ

ଏନେଇ ରାଜ୍ୟ କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଛି । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଓ ସମାଜର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ । ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ ବୁଦ୍ଧିଜୀବୀଙ୍କ ମତ ଲୋଡିଛି କଂଗ୍ରେସ । ସାମ୍ବାଦିକ, ଲେଖକ, ସ୍ତମ୍ଭକାର, ଆଇନଜୀବୀ, ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଛନ୍ତି ।

ବୁଦ୍ଧିଜୀବୀଙ୍କ ମତକୁ ନେଇ ଏକ ପୁସ୍ତକ ଲେଖିବ ରାଜ୍ୟ କଂଗ୍ରେସ । ଏହି ପୁସ୍ତକ ଆଧାରରେ ଆଗାମୀ ଦିନରେ କଂଗ୍ରେସ କାର୍ଯ୍ୟ କରିବ । ବର୍ତ୍ତମାନ ଜରୁରୀ କାଳୀନ ପରିସ୍ଥିତିରୁ ଅଧିକ ବିପଦପୂର୍ଣ୍ଣ ସମୟ । ଏହାକୁ କେବଳ କଂଗ୍ରେସ ହିଁ ଦୂର କରି ପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମତ ରଖିଛନ୍ତି । କଂଗ୍ରେସ ଓକିଲଙ୍କୁ ସଙ୍ଗଠିତ କରିବା ଦରକାର । ଯୁବପୀଢିଙ୍କୁ ଅର୍ଥନୀତି ବିଷୟରେ ଅବଗତ କରିବା ଜରୁରୀ ଓ ସେବାଦଳକୁ ପୁନଃ ସୁଦୃଢ କରିବା ଉଚିତ ବୋଲି ମତ ରଖିଛନ୍ତି ବିଶିଷ୍ଟ ବ୍ୟକ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେମିତି କ୍ଷମତାକୁ ଆସିବ କଂଗ୍ରେସ? ଦଳର କଣ ରହୁଛି ସମସ୍ୟା। କାହିଁକି ଲୋକେ ଦଳକୁ ଗ୍ରହଣ କରି ନାହାଁନ୍ତି। ଏନେଇ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମତ ଲୋଡିଛି କଂଗ୍ରେସ। ଏନେଇ
କଂଗ୍ରେସ ଭବନରେ ବୁଦ୍ଧିଜିବୀ ସମ୍ମିଳନୀ ଆୟୋଜନ କରାଯାଇଛି। ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଓ ସମାଜର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ।
ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ ବୁଦ୍ଧିଜୀବୀଙ୍କ ମତ ଲୋଡୁଛି କଂଗ୍ରେସ। ସାମ୍ବାଦିକ, ଲେଖକ, ସ୍ତମ୍ଭକାର, ଆଇନଜୀବୀ, ଶିକ୍ଷାବିତ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଥିଲେ।

ବୁଦ୍ଧିଜୀବୀଙ୍କ ମତକୁ ନେଇ ଏକ ପୁସ୍ତକ ଲେଖାଯିବ। ଏହି ପୁସ୍ତକ ଆଧାରରେ ଆଗାମୀ ଦିନରେ କଂଗ୍ରେସ କାର୍ଯ୍ୟ କରିବ।
ବର୍ତ୍ତମାନ ଜରୁରୀ କାଳୀନ ପରିସ୍ଥିତିରୁ ଅଧିକ ବିପଦପୂର୍ଣ୍ଣ ସମୟ। ଏହାକୁ କେବଳ କଂଗ୍ରେସ ହିଁ ଦୂର କରି ପାରିବ। ତେଣୁ କଂଗ୍ରେସକୁ ଓକିଲଙ୍କୁ ସଙ୍ଗଠିତ କରିବା ଦରକାର। ଯୁବପିଢିଙ୍କୁ ଅର୍ଥନୀତି ବିଷୟରେ ଅବଗତ କରିବା ଜରୁରୀ ଓ ସେବାଦଳକୁ ପୁନଃ ସୁଦୃଢ କରିବା ଉଚିତ୍କଂ। କଂଗ୍ରେସ ସେବା ମନୋବୃତ୍ତି ନେଇ କାମ କରିବା ଉଚିତ୍ ବୋଲି ବ୍ୟକ୍ତି ବିଶେଷ ମତ ଦେଇଛନ୍ତି।

ବୈଠକରୁ ବାହାରିବା ନିର୍ଯ୍ୟାସକୁ ନେଇ ଛାତ୍ର, ଯୁବ, ମହିଳା ସଂଗଠନ ପ୍ରଭୃତି କାମ କରିବେ। ବୈଠକରେ ସରକାରଙ୍କୁ ଘେରିବାକୁ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେଉଛି ବୋଲି କହିଛନ୍ତି ପିସିସି ସଭାପତି।Body:ବାଇଟ ଜିତେନ୍ଦ୍ର ସିଂ, ଓଡିଶା କଂଗ୍ରେସ ପ୍ରଭାରୀ
ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.