ETV Bharat / city

ପିପିଲି ଉପନିର୍ବାଚନ; ଗୋଟିଏ ବୁଥରେ ଭୋଟ ଦେବେ 1000 ଭୋଟର - State chief election Officer

ପିପିଲି ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ
author img

By

Published : Mar 3, 2021, 2:22 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଇଭିଏମ ଓ ଭିଭିପାଟ ପହଞ୍ଚି ସାରିଛି । କୋଭିଡ୍ ଗାଇଡଲାଇନ ଅନୁସାରେ ନିର୍ବାଚନ ହେବ ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଗୋଟିଏ ବୁଥରେ 1000 ଜଣ ଭୋଟର ଆସି ଭୋଟ ଦେଇ ପାରିବେ । ଏଥିଲାଗି ଅତିରିକ୍ତ ବୁଥର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଅନ୍ୟ ରାଜ୍ୟରେ ଏବେ ନିର୍ବାଚନ ଥିବାରୁ ସେଠାକୁ ଡ୍ୟୁଟି କରିବାକୁ ଆମ ରାଜ୍ୟର କିଛି ଆଇଏଏସ ଓ ଆଇପିଏସ ଅଫିସର ଯିବାର ଅଛି । ସେଥିପାଇଁ ଏମାନଙ୍କୁ ଅନଲାଇନରେ ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି ।

ପିପିଲି ଉପନିର୍ବାଚନ

ସୂଚନାଥାଉକି, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ତାରିଖ ଘୋଷଣା ହୋଇନଥିବାବେଳେ ସବୁ ଦଳ ଜିତିବା ପାଇଁ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.