ETV Bharat / city

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ବରପୁତ୍ରଙ୍କ ଗ୍ରାମ ହେବ ଆଦର୍ଶ ଗ୍ରାମ - great son's of odisha as model village

ଓଡ଼ିଶାର ବରପୁତ୍ର ମାନଙ୍କ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବା ନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ଅଧିକ ପଢନ୍ତୁ...

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ଓଡିଶାର ବରପୁତ୍ରଙ୍କ ଗ୍ରାମ ହେବ ଆଦର୍ଶ ଗ୍ରାମ

author img

By

Published : Dec 28, 2020, 7:39 PM IST

Updated : Dec 28, 2020, 8:25 PM IST

ଭୁବନେଶ୍ବର: ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟପୁସ୍ତକରେ ସ୍ଥାନିତ ହେବ ଓଡ଼ିଶାର ବରପୁତ୍ରଙ୍କ ଜୀବନ ଗାଥା । ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗାଁରେ ପରିଣତ କରାଯିବ । ସେମାନଙ୍କ ଜନ୍ମ ଓ ତିରୋଧାନ ଦିବସକୁ ସମ୍ମାନର ସହ ପାଳନ କରାଯିବ ।

ପ୍ରାଚୀନ କାଳରୁ ଓଡ଼ିଶାର ବରପୁତ୍ର ମାନଙ୍କ ଅବଦାନ ଓ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ବଡ ଅବଦାନ ରହିଛି । ଏହାସହ ସ୍ଵାଧୀନତା ସଂଗ୍ରାମର ଓଡ଼ିଶାର ବୀରମାନଙ୍କ ଠାରୁ ଆରମ୍ଭ କରି ପାଇକ ବିଦ୍ରୋହ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିବା ଓଡ଼ିଶାର ବରପୁତ୍ର ମାନଙ୍କର ସୁରକ୍ଷା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ଓଡିଶାର ବରପୁତ୍ରଙ୍କ ଗ୍ରାମ ହେବ ଆଦର୍ଶ ଗ୍ରାମ
ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ଓଡିଶାର ବରପୁତ୍ରଙ୍କ ଗ୍ରାମ ହେବ ଆଦର୍ଶ ଗ୍ରାମ

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଡିଜିଟାଲ ମାଧ୍ୟମରେ ଏମାନଙ୍କ ଗୌରବ ଗାଥାକୁ ସାଇତି ରଖିବା ପାଇଁ ପ୍ରଚେଷ୍ଟା ହେବ । ଏହାସହ ପାଠ୍ୟ ପୁସ୍ତକରେ ସ୍ଥାନ ଦେବା ନେଇ ମଧ୍ୟ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ଏହାସହ ବରପୁତ୍ର ମାନଙ୍କର କାର୍ଯ୍ୟ, ଜୀବନ ଚର୍ଯ୍ୟା, ବିଭିନ୍ନ ପାଠ୍ୟ ପୁସ୍ତକ ଓ ଅତିରିକ୍ତ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯିବ ।

ସପ୍ତମ, ଅଷ୍ଟମ, ନବମ ଶ୍ରେଣୀରେ ଏକ ବିଷୟ ସ୍ଵତନ୍ତ୍ର ପ୍ରକ୍ରିୟାରେ ଚୟନ କରାଯାଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ଦେବା ସହ ବାର୍ଷିକ ବୃତ୍ତି ଦିଆଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏନେଇ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତମାନଙ୍କୁ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ବରପୁତ୍ରମାନଙ୍କୁ ଚିରସ୍ମରଣୀୟ କରିବା ପାଇଁ ସେମାନଙ୍କ ଜନ୍ମିତ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ଏହାସହ ସେମାନଙ୍କ ତିରୋଧାନ ଦିବସକୁ ଯୋଥାଚିତ ସମ୍ମାନ ସହ ପାଳନ କରାଯିବା ନେଇ ରାଜ୍ୟ କ୍ୟବିନେଟ୍ ନିଷ୍ପତ୍ତି ନେଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 28, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.