ETV Bharat / city

ବଜେଟ 2020-21: ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ

author img

By

Published : Feb 18, 2020, 8:46 PM IST

Updated : Feb 19, 2020, 6:36 PM IST

ରାଜ୍ୟ ବଜେଟରେ ଚଳିତବର୍ଷ ପୁଷ୍ଟି କୈନ୍ଦ୍ରିକ ଯୋଜନାରେ 5 ହଜାର 2 ଶହ 10 କୋଟି ଟଙ୍କା ଓ ପୁଷ୍ଟି ସମ୍ବେଦନଶୀଳ ଯୋଜନା ନିମନ୍ତେ 23 ହଜାର 7 ଶହ 54 କୋଟି ଟଙ୍କା ବ୍ୟବସ୍ଥା ରଖାଯାଇଛି । ଅଧିକ ପଢନ୍ତୁ...

ନବୀନ ବଜେଟ୍‌: ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟ ବଜେଟରେ ପୁଷ୍ଟି କୈନ୍ଦ୍ରିକ ଯୋଜନାରେ 5 ହଜାର 2 ଶହ 10 କୋଟି ଟଙ୍କା ଓ ପୁଷ୍ଟି ସମ୍ବେଦନଶୀଳ ଯୋଜନା ନିମନ୍ତେ 23 ହଜାର 7 ଶହ 54 କୋଟି ଟଙ୍କା ବ୍ୟବସ୍ଥା ରଖାଯାଇଛି ।

6 ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟି ଓ ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରଣୟନ କରାଯାଉଛି । ଏଥିପାଇଁ ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ବାବଦରେ 1 ହଜାର 1 ଶହ 61 କୋଟି ଟଙ୍କା ସହ ମୋଟ 2 ହଜାର 3 ଶହ 45 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ପାଇଁ 77 କୋଟି ଟଙ୍କା ଏବଂ କିଶୋରୀ ବାଳିକାଙ୍କ ସଶକ୍ତିରକଣ ଯୋଜନା ନିମନ୍ତେ 11 କୋଟି ବ୍ୟୟ ବରାଦ କରାଯାଇଛି । ଏତତ୍‌ ବ୍ୟତିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସହାୟତା ବାବଦରେ 4 ଶହ 74 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

state-budget-2020-women-and-child-developement
ବଜେଟ 2020-21: ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ

ସେହିପରି ମମତା ଯୋଜନା ପାଇଁ 3 ଶହ 5 କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖାଯାଇଛି । ଚଳତିବର୍ଷ ମିଶନ ଶକ୍ତି ଯୋଜନା ଅନ୍ତର୍ଗତ ସୁଧ ରିହାତି ଉପାଦାନ ପାଇଁ 1 ଶହ 50 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମହିଳା ଶସକ୍ତିକରଣ ପାଇଁ ‘ମିଶନ ଶକ୍ତି’ ଅଧୀନରେ 70 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା 3 ଶହ 16 କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି ।

ସେହିପରି ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅନ୍ତର୍ଗତ ପ୍ରାକ୍ ବିଦ୍ୟାଳୟ ଶିକ୍ଷାରତ ଶିଶୁଙ୍କୁ ପୋଷାକ ଯୋଗାଇ ଦେବାପାଇଁ 73 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସାମଗ୍ରିକ ଭାବେ ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ବଜେଟରେ 4 ହଜାର 75 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି । ଯାହା ବିଗତ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ ରହିଛି।

ମହିଳା ଓ ଶିଶୁ ବିକାଶ ପାଇଁ 4 ଶହ 75 କୋଟି ଟଙ୍କା

ପୁଷ୍ଟି କୈନ୍ଦ୍ରିକ ଯୋଜନାରେ 5 ହଜାର 2 ଶହ 10 କୋଟି

ପୁଷ୍ଟି ସମ୍ବେଦନଶୀଳ ଯୋଜନାରେ 23 ହଜାର 7 ଶହ 54 କୋଟି

ସମନ୍ବିତ ଶିଶୁ ବିକାଶ ଯୋଜନା ପାଇଁ 77 କୋଟି

କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ 11 କୋଟି

ମମତା ଯୋଜନା ପାଇଁ 3 ଶହ 5 କୋଟି ଟଙ୍କା

ମିଶନ ଶକ୍ତି ଯୋଜନା ଅନ୍ତର୍ଗତ ସୁଧ ରିହାତି ଉପାଦାନ ପାଇଁ 1 ଶହ 50 କୋଟି ଟଙ୍କା ବ୍ୟୟବରାଦ

ମିଶନ ଶକ୍ତି ପାଇଁ 3 ଶହ 16 କୋଟି

ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ 73 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2020, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.