ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ୨ ଦିନ ଧରି ଚିଠି ପଠାଇବ ରାଜ୍ୟ BJP - ମୁଖ୍ୟମନ୍ତ୍ରୀଙ୍କୁ ୨ ଦିନ ଧରି ଚିଠି ପଠାଇବ ରାଜ୍ୟ ବିଜେପି

ଆସନ୍ତା ୨୬ ଏବଂ ୨୭ ରେ ରାଜ୍ୟର ସମସ୍ତ ୮ ହଜାର ୯ ଶହ ପୋଷ୍ଟ ଅଫିସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇବ ରାଜ୍ୟ ବିଜେପି । ଅଧିକ ପଢନ୍ତୁ

state BJP
v
author img

By

Published : Dec 24, 2021, 5:02 PM IST

ଭୁବନେଶ୍ବର: ଆସନ୍ତା ୨୬ ଏବଂ ୨୭ ରେ ରାଜ୍ୟର ସମସ୍ତ ୮ ହଜାର ୯ ଶହ ପୋଷ୍ଟ ଅଫିସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇବ ରାଜ୍ୟ ବିଜେପି ।

ଏନେଇ ଆଜି(ଶୁକ୍ରବାର) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଜେପି ଜଣାଇବ ଯେ, ଆପଣଙ୍କ (ନବୀନ) ଶାସନରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ମହିଳା ବିପଦରେ ଅଛନ୍ତି । ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ | କେବଳ ମମିତା ପ୍ରସଙ୍ଗ ନୁହେଁ । ଅତୀତରେ ଘଟିଥିବା ଅନେକ ଘଟଣାରେ ବିଜେଡି ନେତା ମାନେ ସମ୍ପୃକ୍ତ ଥିବା ସତ୍ବେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ କହିଛନ୍ତି 1999 ମସିହାରେ ଅଞ୍ଜନା ମିଶ୍ର ଘଟଣାରେ ନବୀନ ପଟ୍ଟନାୟକ ନିଜେ ଜାନକୀ ବାବୁଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ । ଡିସେମ୍ବର 2020 ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ୱିଙ୍ଗ ଗଠନ କରିବେ । 14 ଜୁନ 2021 ରେ ଏସ ସାଇନୀଙ୍କୁ ଦାୟିତ୍ବ ଦେଲେ ବୋଲି କହିଥିଲେ ରାଜ୍ୟ ସରକାର । ଯେତେବେଳେ ମମିତା ମେହେର ହତ୍ୟା ଘଟଣାକୁ ନେଇ ମହିଳା ବିଜେପି ପ୍ରତିନିଧି ଦଳ ଏସ ସାଇନୀଙ୍କୁ ଭେଟିଥିଲା ସେତେବେଳେ ସେ ଏଭଳି କିଛି ତଦନ୍ତ ଦାୟିତ୍ବ ଓ କ୍ଷମତା ଦିଆଯାଇନାହିଁ ଏବଂ ଏହା ଜିଲ୍ଲା ପୋଲିସ ପରିସୀମାଭୁକ୍ତ ବୋଲି କହି ମୋର୍ଚ୍ଚାକୁ ଫେରାଇ ଦେଇଥିଲା ।

ଏଥିରୁ ସ୍ପଷ୍ଟ ରାଜ୍ୟ ସରକାର କେଵଳ ଓଡିଶାବାସୀଙ୍କୁ ଭଣ୍ଡେଇବା ପାଇଁ ଘୋଷଣା କରିଥଲେ । ପୀଡିତ ମାନଙ୍କୁ ନ୍ୟାୟ ଦେବାର ଉଦ୍ଦେଶ୍ୟ ନାହିଁ । ତେଣୁ ବିଜେପି ଚିଠି ପଠାଇବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.