ETV Bharat / city

ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟିବେ: ଗୋଲକ

author img

By

Published : Dec 21, 2021, 6:03 PM IST

ବିଜେଡି ଜାଣିଛି ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ତାଙ୍କ ସପକ୍ଷରେ ଭୋଟ ଦେବେ ନାହିଁ । ତେଣୁ ରାଜ୍ୟବାସୀଙ୍କୁ ପ୍ରଭାବିତ କରି ବିଜେଡି ଭୋଟ ପାଇବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ଗୋଲକ
ଗୋଲକ

ଭୁବନେଶ୍ବର: ବିଜେଡି ଜାଣିଛି ପଞ୍ଚାୟତ ନିର୍ବାଚନ ରେ ରାଜ୍ୟବାସୀ ତାଙ୍କ ସପକ୍ଷରେ ଭୋଟ ଦେବେ ନାହିଁ । ତେଣୁ ରାଜ୍ୟବାସୀଙ୍କୁ ପ୍ରଭାବିତ କରି ବିଜେଡି ଭୋଟ ପାଇବାକୁ ଉଦ୍ୟମ କରୁଛି । ଯାହା ଉଦ୍ୟମ କଲେ ମଧ୍ୟ କିଛି ହେବାର ନାହିଁ । କାରଣ ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ଦେବେ ରାଜ୍ୟବାସୀ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (National Food Security Act) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ( State Food Security Scheme ) ର ପ୍ରତ୍ୟେକ ହିତାଧିକାରୀଙ୍କୁ 1 ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା ପରେ ଏଭଳି କଡା ପ୍ରହାର କରିଛି ବିଜେପି ।

ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟିବେ : ଗୋଲକ

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି ଏହି ଟଙ୍କା ହେଉଛି ରାଷ୍ଟ୍ରୀୟ ଜୀବିକା ମିଶନ (National Livelihood Missions) ଯୋଜାନର ଟଙ୍କା । ଲୋକଙ୍କ ସହାୟତା ଦେବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଥିଲେ । ଯେତେବେଳେ ଦେବା ପାଇଁ ରାଜ୍ୟ ସରକାର କହିଥିଲେ ସେତେବେଳେ ଦେଲେ ନାହିଁ । ଭଲ କଥା ଲୋକଙ୍କୁ ଦେଉଛନ୍ତି । କିନ୍ତୁ ଏବେ କାହିଁକି ? ନିର୍ବାଚନ ହେବାକୁ ଯାଉଥିବା ବେଳେ ଟଙ୍କା କାହିଁକି ବାଣ୍ଟିବେ ? ଯଦି ବାଣ୍ଟିବେ ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କାହିଁକି ଦେଉନାହାଁନ୍ତି ? କାହିଁକି ସରକାରୀ ଅଧିକାରୀ ଟଙ୍କା ଧରି ଗାଁ ଗାଁ ବୁଲି ବାଣ୍ଟିବେ ।

ଗୋଲକ କହିଛନ୍ତି ଏହାର ଅର୍ଥ ଟଙ୍କା ନିଅ, ଭୋଟ ଦିଅ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ଏଥିରେ ସଫଳ ହେବେ ନାହିଁ । ଲୋକଙ୍କ ଟଙ୍କା ଲୋକେ ପାଆନ୍ତୁ । ହେଲେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଆମେ ପ୍ରଶ୍ନ ଉଠାଉଛୁ ବୋଲି କହିଛନ୍ତି ଗୋଲକ ।

ସେହିପରି ରାଜ୍ୟ ସରକାର ଓ ବିଜେଡିକୁ ପ୍ରଶ୍ନ କରି କହିଛନ୍ତି ଯଦି ସହାୟତା ଦେବାର ଥିଲା ୧୦ ଦିନ ପୂର୍ବରୁ କାହିଁକି ଦେଲେ ନାହିଁ? ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଗୋଳକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.