ETV Bharat / city

ମୋଦି ସରକାର ଲୋକଙ୍କର ପ୍ରଥମ ପସନ୍ଦ: ବିଜେପି

author img

By

Published : Mar 10, 2022, 6:12 PM IST

ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । 36 ବର୍ଷ ପରେ ପ୍ରଥମ ପାଇଁ ବହୁମତ ସହ ଦ୍ବିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

ମୋଦି ସରକାର ଲୋକଙ୍କର ପ୍ରଥମ ପସନ୍ଦ : ବିଜେପି
ମୋଦି ସରକାର ଲୋକଙ୍କର ପ୍ରଥମ ପସନ୍ଦ : ବିଜେପି

ଭୁବନେଶ୍ବର : ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । 36 ବର୍ଷ ପରେ ପ୍ରଥମ ପାଇଁ ବହୁମତ ସହ ଦ୍ବିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ ।

ମୋଦି ସରକାର ଲୋକଙ୍କର ପ୍ରଥମ ପସନ୍ଦ : ବିଜେପି

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର । ସେ କହିଛନ୍ତି ମୋଦୀ ଦେଶର ଲୋକମାନଙ୍କ ପାଇଁ କାମ କରନ୍ତି। ଗତ ଦଶବର୍ଷ ମଧ୍ୟରେ ଭାରତ ବର୍ଷରେ ଲୋକମାନଙ୍କ ପାଇଁ କାମ କରୁଥିବା ସରକାର ହେଉଛି ମୋଦି ସରକାର।

ଆଜି ଚାରୋଟି ପ୍ରଦେଶରେ ଜନତା ଆଉଥରେ ବିଜେପିକୁ ଭରସା କରିଛନ୍ତି ଓ ଆସ୍ଥା ପ୍ରକଟ କରିଛନ୍ତି। ଭଲ ପରିମାଣ ଭୋଟରେ ଆମେ ଜିତିଛୁ। ଏଥିରୁ ସ୍ପଷ୍ଟ ହେଲା ମୋଦି ସରକାର ଲୋକମାନଙ୍କର ପ୍ରଥମ ପସନ୍ଦ ।

ଏହାବି ପଢନ୍ତୁ : UP Election 2022: ଜିତିଲେ ଯୋଗୀ ଆଦିତ୍ୟନାଥ

ଏହି ଜନାଦେଶ ତାହାର ସ୍ପଷ୍ଟ ଉଦାହରଣ। ଆଗାମୀ ଦିନରେ ମଧ୍ୟ ବିଜୟର ଧାରା ଜାରି ରହିବ। ଉତ୍ତରପ୍ରଦେଶର କେବେ ହେଲେ ଗୋଟିଏ ସରକାର ଦୁଇଥର ଆସିନଥିଲା । ମୋଦୀ ଏବଂ ଯୋଗୀଙ୍କର ଯେଉଁ ଉଦ୍ଯୋଗ ଥିଲା ତାହା ଉତ୍ତର ପ୍ରଦେଶର କାମ ଦେଇଛି।

ଏହାସହିତ ଉତ୍ତର ପ୍ରଦେଶର ପ୍ରଭାରୀ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କର ଯେଉଁ ଗୋଟି ଚାଳନା ଥିଲା ତାହା ସଫଳ ହୋଇଛି। ପଞ୍ଜାବରେ ବିଜେପିର ସ୍ଥିତି ଭଲ ନ ଥିଲା । ଚାରୋଟି ପ୍ରଦେଶର ବିଜୟ ପରେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କରିବ । ଏହି ନିର୍ବାଚନର ଫଳାଫଳ ମଧ୍ୟ ଓଡ଼ିଶାରେ ନିର୍ବାଚନକୁ ପ୍ରଭାବିତ କରିବ। ପୌର ନିର୍ବାଚନରେ କେନ୍ଦ୍ରୀୟ ନେତାମାନେ ଆସିବେ ବୋଲି ଆଶା କରୁଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.