ETV Bharat / city

ଦକ୍ଷତା ବିକାଶ ନାଁରେ ରାଜକୋଷରୁ ଅର୍ଥ ହରିଲୁଟ: ବିଜେପି

ବେକାରୀ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଦକ୍ଷତା ବିକାଶ ଯୋଜନାକୁ ନେଇ ସରକାରଙ୍କୁ ଜବାବ ମାଗିଲା ବିଜେପି । କ’ଣ କହିଲେ ଏ ପ୍ରସଙ୍ଗରେ ବିଜେପି ନେତା ପଢନ୍ତୁ ସଂପୂର୍ଣ୍ଣ ଖବର...

author img

By

Published : Feb 16, 2020, 5:09 PM IST

ପୃଥ୍ବୀରାଜ ହରିଚନ୍ଦନ
ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ପ୍ରଦାନ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ । ତେଣୁ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ଦକ୍ଷତା ବିକାଶ ନାମରେ କେବଳ ରାଜକୋଷରୁ ଅର୍ଥ ଶ୍ରାଦ୍ଧ କରୁଛନ୍ତି । ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ସେହି ପରିମାଣର ନିଯୁକ୍ତି କିମ୍ବା ନିୟୋଜନ ହେଉନଥିବା ବିଜେପି ଅଭିଯୋଗ କରିଛି । ଦଳ ଦର୍ଶାଇଛି ବିଧାନସଭାରେ ବିଧାୟକ ମାନେ ଏପ୍ରସଙ୍ଗରେ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ମନ୍ତ୍ରୀ ଯାହା ଉତ୍ତର ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି ଦଳ କହିଛି ।

ଦକ୍ଷତା ବିକାଶ ନାଁରେ ରାଜକୋଷରୁ ଅର୍ଥ ହରିଲୁଟ: ବିଜେପି

ରବିବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟରେ ନିଯୁକ୍ତି ଦେବା କିମ୍ବା ନିଯୁକ୍ତିଦାତା ସୃଷ୍ଟି କରିବାରେ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ସ୍କିଲ ଟ୍ରେନିଂ ନାମରେ ମିଶନ କରି ଲୋକଙ୍କୁ ପ୍ରଶିକ୍ଷଣ ଦେଉଥିବା କହୁଥିବା ବେଳେ ତୃଣମୂଳସ୍ତରରେ ସେମାନଙ୍କୁ କିପରି ନିୟୋଜିତ କରାଯିବ ସେନେଇ କୌଣସି ବ୍ୟବସ୍ଥା ସରକାର କରୁନାହାନ୍ତି ।

ରାଜ୍ୟରେ ବେରୋଜଗାର ମାତ୍ରା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ବେଳେ ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟମାନଙ୍କୁ ଯାଉଛନ୍ତି । କିନ୍ତୁ ଶିଳ୍ପାୟନ ନାରେ ଲୋକଙ୍କୁ ସ୍ବପ୍ନ ଦେଖାଇ ଏହା ଏକ ଲକ୍ଷ କୋଟିରୁ 5 ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ସେହି ସବୁ ଶିଳ୍ପସଂସ୍ଥା ଗୁଡିକରେ କେତେ ମାତ୍ରାରେ ନିଯୁକ୍ତି ଦିଆଯାଇଛି ତାହାର ସଠିକ ତଥ୍ୟ ସରକାରଙ୍କ ନିକଟରେ ନାହିଁ । ସେହିପରି ଅନ୍ୟ ରାଜ୍ୟ ମାନଙ୍କରେ ମନରେଗାକୁ କାର୍ଯ୍ୟକାରୀ କରାଯାଇ ଗରିବ ଓ ବେରୋଜଗାର ଲୋକଙ୍କୁ ନିଯୁକ୍ତି ପାଇଁ ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ହେଉଥିବାବେଳେ ରାଜ୍ୟର ଅଧିକାଂଶ ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେଉ ନଥିବା ବିଜେପି ଅଭଯୋଗ କରିଛି । ଦଳ ଉଦାହରଣ ଦେବାକୁ ଯାଇ କହିଛି ଉତ୍ତର ପ୍ରଦେଶ ଭଳି ରାଜ୍ୟମାନେ ଗୋଟିଏ ଗୋଟିଏ ଜିଲ୍ଲାକୁ କ୍ଲଷ୍ଟର ଭାବେ ନେଇ ଯେଉଁ ଯୋଜନା କରି ରୋଜଗାର ସୃଷ୍ଟିର ପନ୍ଥା ଗ୍ରହଣ କରୁଛନ୍ତି ତାହାକୁ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରୁନଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି ।

ତେଣୁ ରାଜ୍ୟ ବିଜେପି ସରକାରଙ୍କ ଠାରୁ ଶ୍ବେତପତ୍ର ଜରିଆରେ କେଉଁ ଜିଲ୍ଲାରେ କେତେ ଶିଳ୍ପ କାର୍ଯ୍ୟକ୍ଷମ ଅଛି ଓ କେତେ ନିଯୁକ୍ତି ମିଳିଛି ତାହା ପ୍ରକାଶ କରିବାକୁ ଦାବି କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.