ETV Bharat / city

ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ - ବିଜେପିର କାର୍ଯ୍ୟକାରିଣୀ ବୈଠକ ଖବର

ଶେଷ ହୋଇଛି ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାଟମାରଣା , ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଅଧିକ ପଢନ୍ତୁ...

state bjp executive meeting pressmeet
ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ପରେ ବିଜେପିର ସାମ୍ବାଦିକ ସମ୍ମୀଳନୀ
author img

By

Published : Mar 7, 2021, 8:08 PM IST

ଭୁବନେଶ୍ବର: ଶେଷ ହେଲା ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ଦଳକୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ସହିତ ବାଟମାରଣା ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବାସ୍ତବତାକୁ ଲୋକଲୋଚନକୁ ଆଣିବା । କୃଷି ଓ କୃଷକ ସଶକ୍ତିକରଣକୁ ଗୁରୁତ୍ବ ତଥା ସୀମା ବିବାଦରେ ରାଜ୍ୟର ସ୍ବାର୍ଥକୁ ଗୁରୁତ୍ବ ଦେବା ଆଦି ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀରେ ଉପସ୍ଥାପିତ ହୋଇଥିଲା। ଆଗକୁ ଆସୁଥିବା ବିଭିନ୍ନ ନିର୍ବାଚନରେ ଦଳୀୟ ପ୍ରସ୍ତୁତିକୁ ମଧ୍ୟ ଏହି କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିଲା।

ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ପରେ ବିଜେପିର ସାମ୍ବାଦିକ ସମ୍ମୀଳନୀ

ରବିବାର ଭୁବନେଶ୍ବରରେ ରାଜ୍ୟ କାର୍ଯ୍ୟକରିଣୀରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ବରିଷ୍ଠ ନେତା ତଥା ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ସୂଚନା ଅନୁସାରେ ଏହି ରାଜ୍ୟ କାର୍ଯ୍ୟକାରିଣୀରେ ତିନୋଟି ଦିଗକୁ ଗୁରୁତ୍ବ ଦିଆଯାଇଛି । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିକାଶ ପାଇଁ ସକରାତ୍ମକ ଉଦ୍ୟମ ନାହିଁ। ରାଜ୍ୟର ସବୁ ଥାନା ଏକ ପ୍ରକାର ଅଚଳ ହୋଇ ପଡିଛି । ରାଜ୍ୟରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି କରିଛି। ରାଜ୍ୟରେ ୧୭ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଉଛି। ବୈଠକରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଗତ 5 ବର୍ଷ ଭିତରେ ରାଜ୍ୟରେ ବହୁ ଶିଶୁ କନ୍ୟା, ସଂଖ୍ୟା ପ୍ରାୟ 27000, ନିଖୋଜ ଅଛନ୍ତି । ସେହିଭଳି ରାଜ୍ୟର ସୀମାବର୍ତ୍ତି ଜିଲ୍ଲା ଗୁଡିକରେ ସୀମା ସମସ୍ୟା ଉତ୍କଟ ହେବାରେ ଲାଗିଛି। ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି। ଏହା ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନୀତ ହୋଇଥିଲା। ସେହିଭଳି ସୀମା ବିବାଦ ନେଇ ରାଜ୍ୟବାସୀ ଚିନ୍ତିତ।ସେଭଳି ସମୟରେ ରାଜ୍ୟ ସରକାର ଉଦାସୀନ। ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ କିଏ ଅଟକାଇଛି ତାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି କହିଛନ୍ତି ।

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସହ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରୁନ୍ଦେଶ୍ବରୀ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.