ETV Bharat / city

64ତମ ଷ୍ଟେଟ ବ୍ୟାଙ୍କ ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ ମାଟ୍ରିକ-JEE ଟପର

ଷ୍ଟେଟ ବ୍ୟାଙ୍କର 64 ତମ ପ୍ରତିଷ୍ଠା ଦିବସକୁ ବ୍ୟାଙ୍କ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଟପ-10 ଓ  JEE ଆଡ଼ଭାନ୍ସ ପରୀକ୍ଷାର ଟପରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
author img

By

Published : Jul 3, 2019, 12:43 PM IST

ଭୁବନେଶ୍ବର: ଗ୍ରାହକଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଯୋଗାଇ ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦେଶ ସ୍ଵାଧୀନ ହେବା ପୂର୍ବରୁ ବିଭିନ୍ନ ନାମରେ ରହି କାର୍ଯ୍ୟ କରୁଥିବା ଏହି ବ୍ୟାଙ୍କ 1955 ମସିହାରେ ଏକିକୃତ ହୋଇଥିଲା । ଆଉ ଷ୍ଟେଟ ବ୍ୟାଙ୍କ ଭାବେ ପରିଚିତ ହୋଇଥିଲା । ଯାହାର 64 ତମ ପ୍ରତିଷ୍ଠା ଦିବସକୁ ବ୍ୟାଙ୍କ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଉଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ଜୁଲାଇ 1ରେ ବ୍ୟାଙ୍କର 64 ତମ ପ୍ରତିଷ୍ଠା ଦିବସକୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ୟାଙ୍କ ମହାପ୍ରବନ୍ଧକ ଦ୍ଵିତୀୟ ବିଜୟ କୁମାର କୁଜୁର ଉଦଘାଟନ କରିଥିବାବେଳେ ଅନ୍ୟତମ ମହାପ୍ରବନ୍ଧକ ସିଏଲ ଏନ ଚରାଇଲୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ୟାଙ୍କର ପୂର୍ବତନ ପେନସନଭୋଗୀ କର୍ମଚାରୀଙ୍କ ସହ ମାଟ୍ରିକ ପରୀକ୍ଷାରେ ଟପ-10 ଓ JEE ଆଡ଼ଭାନ୍ସ ପରୀକ୍ଷାର ଟପରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାସହ ବ୍ୟାଙ୍କର ସବୁଠାରୁ ପୁରୁଣା ଗ୍ରାହକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ।

ଶେଷରେ ଇଲିଆନା ସୀତାରିଷ୍ଟଙ୍କ ନୃତ୍ୟ ଦଳ ଆର୍ଟ ଭିଜନ ପକ୍ଷରୁ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ବିଭୁକିଶୋର ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦେଶରେ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଷ୍ଟେଟ ବ୍ୟାଙ୍କ ପରିଚିତ।ଦେଶ ସ୍ଵାଧୀନ ହେବା ପୂର୍ବରୁ ବିଭିନ୍ନ ନାମରେ ନିଜର କାର୍ଯ୍ୟ କରୁଥିବା ଏହି ବ୍ୟାଙ୍କ ସ୍ବାଧୀନତା ପରେ 1955 ମସିହାରେ ଏକି ଏକିକୃତ ହୋଇ ଷ୍ଟେଟ ବ୍ୟାଙ୍କ ଭାବେ ପରିଚିତ ହୋଇଥିଲା।ଯାହାର 64 ତମ ପ୍ରତିଷ୍ଠା ଦିବସକୁ ବ୍ୟାଙ୍କ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଉଛି।Body:ଆଜି ଏହି ଉପଲକ୍ଷେ ସ୍ଥାନୀୟ ରବିନ୍ଦ୍ରମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ୟାଙ୍କ ମହାପ୍ରବନ୍ଧକ ଦ୍ଵିତୀୟ ଶ୍ରୀ ବିଜୟ କୁମାର କୁଜୁର ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ମହାପ୍ରବନ୍ଧକ ଶ୍ରୀ ସି ଏଲ ଏନ ଚରାଇଲୁ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ।ଏହି ଅବସରରେ ବ୍ୟାଙ୍କର ପୂର୍ବତନ ପେନସନ ଭୋଗୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବ୍ୟାଙ୍କ କର୍ମଚାରୀଙ୍କ 10ଜଣ ସନ୍ତାନ ଯେଉଁମାନେ ମାଟ୍ରିକ ପରୀକ୍ଷା ରେ ଟପ10 ମଧ୍ୟରେ ଅଛନ୍ତି ଏବଂ jee ଆଡ଼ଭାନ୍ସ ପରୀକ୍ଷା ରେ ଟପର ହୋଇଥିବା କର୍ମଚାରୀଙ୍କ ସନ୍ତାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହା ସହିତ ବ୍ୟାଙ୍କର ସବୁଠାରୁ ପୁରୁଣା କଷ୍ଟମର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ତାଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯେଉଁଥିରେ ଇଲିଆନା ସୀତାରିଷ୍ଟ ଙ୍କ ନୃତ୍ୟ ଦଳ ଆର୍ଟ ଭିଜନ ପକ୍ଷରୁ ସୁନ୍ଦର ନୃତ୍ୟପ୍ରଦର୍ଶନ କରାଯାଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ବିଭୁକିଶୋରେ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.