ETV Bharat / city

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ; ଆସିବ ୧୨ଟି ବିଲ - Monsoon season start from today

ଆଜି ଠାରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ଆଜି(ବୁଧବାର) ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ବଳ୍ପକାଳୀନ ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପାରେ । ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ଥିବାବେଳେ, ୧୨ଟି ବିଲ ଆସିବ। ଅଧିକ ପଢନ୍ତୁ...

State assembly
State assembly
author img

By

Published : Sep 1, 2021, 7:48 AM IST

ଭୁବନେଶ୍ବର: ଆଜି ଠାରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ଆଜି(ବୁଧବାର) ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ବଳ୍ପକାଳୀନ ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପାରେ । ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ଥିବାବେଳେ, ୧୨ଟି ବିଲ ଆସିବ । ପ୍ରଥମ ଦିନରେ ୭ଟି ବିଲ ସହ ଗୋଟିଏ ଅଧ୍ୟାଦେଶ ଆଣିବେ ସରକାର । ୩ ତାରିଖରେ ବେସରକାରୀ ଦିବସ ରହିଛି ।

ବିଧାନସଭା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି (ବୁଧବାର) ଗୃହରେ ଓଡିଶା ଦ୍ରବ୍ୟ ସେବା କର (ସଂଶୋଧନ) ବିଲ ୨୦୨୧, ଭାରତୀୟ ଷ୍ଟାମ୍ପ ଓଡିଶା (ସଂଶୋଧନ) ବିଲ ୨୦୨୧, ଓଡିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ-୨୦୨୧, ଓଡିଶା ବୈଷୟିକ ଗବେଷଣା ବିଶ୍ବବିଦ୍ୟାଳୟ ବିଲ-୨୦୨୧, ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ-୨୦୨, ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧ ଓ ଓଡିଶା ସହର ଯୋଜନା ଅଭିବୃଦ୍ଧି (ସଂଶୋଧନ) ଅଧ୍ୟାଦେଶ-୨୦୨୧ ଆଗତ ହେବ ।

ଅଧିବେଶନ ସ୍ବଳ୍ପ ଥିଲେ ମଧ୍ୟ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ବେଶ ଜରୁରୀ । ଏଥିପାଇଁ ୩ ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ଗତକାଲି(ମଙ୍ଗଳବାର) ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକ ମାନେ ଥିବା ବେଳେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ରଣନୀତି ଅନୁସାରେ ଶାସକ ଦଳ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ । ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନରେ ରାଜ୍ୟକୁ ଉଚିତ୍‌ ପ୍ରାପ୍ୟ ମିଳିନଥିବା ନବୀନ ବିଧାୟକ ମାନଙ୍କୁ ଅବଗତ କରିଛନ୍ତି । ଏହାବାଦ ସାର ଯୋଗାଣ, ଏମଏସପି ଓ ଏଫସିଆଇ ଧାନ ଉଠାଉ ନ ଥିବାକୁ ପ୍ରସଙ୍ଗ କରିବ ଦଳ । ସେହିପରି ବିରୋଧୀଙ୍କ ସମସ୍ତ ଅଭିଯୋଗର ମୁକାବିଲା କରିବା ସହ ଗୃହରେ ଉପସ୍ଥିତି ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପଛୁଆ ଓ ଆର୍ଥିକ ଅନଗ୍ରସର ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରବତା, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜେଡିର ଭୋଟ ବ୍ୟାଙ୍କ ନୀତି, ଆୟୁଷ୍ମାନ ଭାରତ ଯୋଜନାରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରିବା, ମରୁଡି ମୁକାବିଲା ପାଇଁ କୌଣସି ପଦକ୍ଷେପ ନନେବା ଏହି ସମସ୍ତ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରିବ । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ଦଳ ବିଧାନସଭା ଆସିବ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ସରକାରଙ୍କୁ କାଠଗଡାକୁ ଟାଣିବାକୁ ପ୍ରସ୍ତୁତ କରିଛି ରଣନୀତି । ଦଳ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପଶ୍ଚିମ ଓଡିଶା ବିକାଶ ପରିଷଦକୁ ପଙ୍ଗୁ କରିବା ସ୍ଥାଣୁ ଓ ଷ୍ଟାଫ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇବ । ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଧାୟକ, ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.