ETV Bharat / city

ଷ୍ଟାର୍ଟଅପ୍‌ ଷ୍ଟୋରୀ: ଯୁବ ଉଦ୍ୟୋଗୀ ଅରବିନ୍ଦ ପାଣିଙ୍କ ମୁହଁରୁ ଶୁଣନ୍ତୁ ତାଙ୍କ କାହାଣୀ

author img

By

Published : May 28, 2021, 8:33 PM IST

ଷ୍ଟାର୍ଟଅପ ପାଇଁ ପ୍ରୋତ୍ସାହନ ଦେଲେ ‘ରେଭରି ଲାଙ୍ଗୁଏଜ ଟେକ୍ନୋଲୋଜିସ’ର ସିଇଓ ଅରବିନ୍ଦ ପାଣି। ଜୁନ୍ ୧ରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଦେଖନ୍ତୁ ତାଙ୍କ ଟିପ୍ସ ...

ଷ୍ଟାର୍ଟଅପ୍‌ ଷ୍ଟୋରୀ :ଯୁବ ଉଦ୍ୟୋଗୀ ଅରବିନ୍ଦ ପାଣିଙ୍କ ମୁହଁରୁ ଶୁଣନ୍ତୁ ତାଙ୍କ କାହାଣୀ

ଭୁବନେଶ୍ୱର: ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ବପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ ସିରିଜ ‘ଷ୍ଟାର୍ଟଅପ୍‌ ଷ୍ଟୋରୀ’। ଏହାର ତୃତୀୟ ଅଧ୍ୟାୟର ଅତିଥି ହେଉଛନ୍ତି ବେଙ୍ଗାଳୁରୁଠାରେ ପ୍ରତିଷ୍ଠିତ ଷ୍ଟାର୍ଟଅପ କମ୍ପାନୀ ‘ରେଭରି ଲାଙ୍ଗୁଏଜ ଟେକ୍ନୋଲୋଜିସ’ର ସିଇଓ ଅରବିନ୍ଦ ପାଣି। ଜୁନ୍ ୧ରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପ୍ରସାରିତ ହେବ ।

ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣି, ଯୁବ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଖୋଜି ବାହାର କରି ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରୀ’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ।

ଅରବିନ୍ଦ ପାଣି ନିଜ ଭାଇ ବିବେକ ପାଣିଙ୍କ ସହ ମିଶି ୨୦୦୭ ମସିହାରେ ପ୍ରଥମେ ଏକ ମୋବାଇଲ ପେମେଣ୍ଟ୍‌ ଓ କମର୍ସ କମ୍ପାନୀ ଆରମ୍ଭ କରିଥିଲେ। କିନ୍ତୁ ମାତ୍ର କିଛି ବର୍ଷ ଭିତରେ ସେ ତାହା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଷ୍ଟାର୍ଟଅପ୍‌ର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ଜଣେ ଉଦ୍ୟୋଗୀ ହିସାବରେ ତାଙ୍କ ଭିତରେ ଅଧିକ ଦୃଢ଼ତା ଆଣିଦେଇଥିଲା। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ୍ ମିଡିଆର ବ୍ୟାପକ ବିକାଶ ହୋଇପାରିଛି। ଆଜି ଇଣ୍ଟରନେଟ୍‌ରେ ଏବଂ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଭାରତୀୟ ଭାଷାର ବ୍ୟବହାର ଏକ ନୂଆ ଉଚ୍ଚତାକୁ ଛୁଇଁଛି। ଅରବିନ୍ଦଙ୍କ ଷ୍ଟାର୍ଟଅପ୍‌ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ ଏ କ୍ଷେତ୍ରରେ ଦେଶର ଏକ ଆଗଧାଡ଼ିର କମ୍ପାନୀ ଭାବେ ଠିଆ ହୋଇଛି ।

‘ଷ୍ଟାର୍ଟଅପ୍‌ ଷ୍ଟୋରୀ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶା ଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ବିଶେଷ ସାକ୍ଷାତକାର। ଏହା ପଛର ଅନ୍ୟ ଏକ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିଙ୍କ ପ୍ରେରଣା ସୁବ୍ରତ ବାଗ୍‌ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କୁ ଖୋଜି ବାହାର କରିବା ସହିତ ଭିଡିଓ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନୀ, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ। ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର ଓ ରେଡିଓ ସୁରଭି ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚିପାରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.