ETV Bharat / city

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଜରୁରୀ ସୂଚନା ଜାରି - ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସମ୍ବନ୍ଧରେ ପରିବହନ ବିଭାଗର ସୂଚନା

ରାଜ୍ୟ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଏକ ସୂଚନା ଜାରି କରିଛନ୍ତି । କେଉଁ ଗାଡି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଆବଶ୍ୟକ ଓ କାହା ପାଇଁ ନୁହେଁ ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ରାଜ୍ୟ ପରିବନ ବିଭାଗ ।

ଫାଇଲ ଫଟୋ
author img

By

Published : Sep 14, 2019, 2:57 AM IST

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ-2019 । ସେବେଠାରୁ ବାହନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଗାଡିମାନଙ୍କର ଲାଗୁଛି ଲମ୍ବା ଧାଡି । ଲୋକେ ନିଜ ନିଜ ଯାନବାହନ ଧରି ପ୍ରଦୂଷଣ ଯାଞ୍ଚ କରିବାକୁ ପହଞ୍ଚୁଛନ୍ତି । ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଅସାଧୁ ଉପାୟରେ ଲୋକଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ପରେ ସରକାର ଚେତିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଏକ ସୂଚନା ଜାରି କରିଛନ୍ତି ।

sta-give-all-details-about-how-to-get-pucc-in-odisha
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେଉଁ ଗାଡି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଆବଶ୍ୟକ, କାହା ପାଇଁ ନୁହେଁ ଦରକାର ସେନେଇ ସ୍ପଷ୍ଟ କରିଛନ୍ତି । ଇଲେକ୍ଟ୍ରିକ ଯାନ ତଥା ପଞ୍ଜୀକରଣ ତାରିଖଠାରୁ ଏକ ବର୍ଷ ମଧ୍ୟରେ କୌଣସି ଗାଡି ପାଇଁ ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ୍ (PUCC) ଆବଶ୍ୟକ ନାହିଁ । କିନ୍ତୁ ଏକ ବର୍ଷ ପରେ ଏହି ପ୍ରମାଣପତ୍ର ବାଧ୍ୟତାମୂଳକ ଅଟେ। ତେଣୁ ସରକାରଙ୍କର ସ୍ବୀକୃତିପ୍ରାପ୍ତ ଯାଞ୍ଚ କେନ୍ଦ୍ରରୁ ପ୍ରମାଣପତ୍ର ହାସଲ କରି ଚାଲାଣରୁ ବଞ୍ଚନ୍ତୁ ବୋଲି ସୂଚନା ଦିଆଯାଇଛି ।

ସେହିପରି ଦୁଇ ଓ ତିନି ଚକିଆ ଯାନକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ 60 ଟଙ୍କା (ଜିଏସ୍‌ଟିକୁ ଛାଡି), ହାଲକା ମୋଟର ଯାନ ପାଇଁ 100 ଟଙ୍କା, ମଧ୍ୟମ ଓ ଭାରି ମୋଟର ଯାନ ପାଇଁ 150 ଟଙ୍କା ଦେୟ ରଖାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରଦୂଷଣ ଯାଂଚକୁ ନେଇ ଏକପ୍ରକାର ହରଡ଼ଘଣାରେ ପଡିଛନ୍ତି ଗାଡି ଚାଳକ। ଭୋର ୪ଟାରୁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଲାଗୁଛି ଲମ୍ବା ଧାଡି। ଅନର୍କ ସ୍ଥାନରେ ମନଇଚ୍ଛା ତା ମ ଶୋଷୁଛନ୍ତି। ଏହା ନଜରକୁ ଆସିବ ପରେ ରାଜ୍ୟ ସରକାର କେଉଁ ଜଣ ପାଇଁ କେତେ ଟଙ୍କା ଦେବାକୁ ହେବ ତାହା ନିର୍ଦ୍ବେଧାରଣ କରିଛନ୍ତି। କେଉଁ ଗାଡି ପାଇଁ ପ୍ରଦୂଷଣ ଦରକାର ସେନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର।ଇଲେକ୍ଟ୍ରି ଯାନ ପାଇଁ ଏହା ଆଦୌ ଆବଶ୍ୟକ ନାଥବା ବେଳେ BSIV ଯାନ ପାଇଁ ପଞ୍ଜିକରଣ ର ଏକ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ ପ୍ରଦୂଷଣ ପ୍ରମାଣପତ୍ର। Body:ହହConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.