ETV Bharat / city

ପ୍ରଦୀପଙ୍କ ନାମରେ କଂଗ୍ରେସ ନେତାଙ୍କ ସଙ୍ଗୀନ ଅଭିଯୋଗ - ପ୍ରଦୀପଙ୍କ ବିରୋଧରେ ସଂଗ୍ରାମଙ୍କ ଅଭିଯୋଗ

ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ସରୋଡା ବିଧାୟକ ସଂଗ୍ରାମ କେଶରୀ ମହାନ୍ତି । ଭିଜିଲାନ୍ସ ତଦନ୍ତ ହେଲେ ପ୍ରଦୀପଙ୍କ ସବୁ କଳାକାରନାମା ସାମ୍ନାକୁ ଆସିଯିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ବିଧାୟକ ପ୍ରଦୀଙ୍କ ନାମରେ କଂଗ୍ରେସ ନେତାଙ୍କ ସଙ୍ଗୀନ ଅଭିଯୋଗ

author img

By

Published : Nov 29, 2020, 8:24 PM IST

ଭୁବନେଶ୍ବର: ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ବାହାର କରିବା ପରେ ଏବେ କଂଗ୍ରେସ ନେତା ତଥା ସୋରଡା ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି ପ୍ରଦୀପଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପ୍ରଦୀପ କଳାଟଙ୍କା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ସଂଗ୍ରାମ । ତେବେ ପ୍ରଦୀପ ନିଜ ନାଁରେ 20 କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ଜମି କିଣିଥିବା କହିଛନ୍ତି କଂଗ୍ରେସ ନେତା ସଂଗ୍ରାମ ।

ପ୍ରଦୀପଙ୍କ ନାମରେ କଂଗ୍ରେସ ନେତାଙ୍କ ସଙ୍ଗୀନ ଅଭିଯୋଗ

ସୋରଡାରୁ ଦାରିଙ୍ଗବାଡି ଯିବା ବାଟ ମୟାଙ୍ଗି ପାଖରେ 150 ଏକର ଜମି ପ୍ରଦୀପ ସେୟାରିଂରେ କିଣିଥିବା ଅଭିଯୋଗ କରିଛନ୍ତି ସଂଗ୍ରାମ କେଶରୀ । ଏଥିସହ ବ୍ରହ୍ମପୁରର କୋଟିପେଟା ଭିଜିଲାନ୍ସ ଅଫିସ ପାଖରେ 20 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜମି କିଣିଛନ୍ତି । ତେବେ ସଂଗ୍ରାମ କେଶରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଦୀପଙ୍କ ବେଆଇନ କାରବାରରେ ତାଙ୍କ ଶାଳକଙ୍କର ସିଧାସଳଖ ସମ୍ପୃକ୍ତି ରହିଛି । ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁ ସହ, ପ୍ରଦୀପଙ୍କ ଘନିଷ୍ଠ ସମ୍ପର୍କ । 2006ରେ ମଦମୃତ୍ୟୁ ମାମଲାରେ ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ନାମ ଆସିଥିଲା । ସୋରଡା ବିଧାୟକଙ୍କ ସ୍ତ୍ରୀ ନାମରେ ବାଦୁଆ ଅଞ୍ଚଳରେ ବିରାଟ ପୋଖରୀ କରି ମାଛଚାଷ ଚଳାଇଥିବା ସେ ଅଭିଯୋଗ କରିଛନ୍ତି ।

ଏଥିରେ ମଧ୍ୟ ଗୋପାଳପୁର ବିଧାୟକଙ୍କର ସମ୍ପୃକ୍ତି ରହିଛି ବୋଲି କହିଛନ୍ତି ସଂଗ୍ରାମ । ସରୋଡା ଋଷିକୂଲ୍ୟା କଲେଜ ନିକଟରେ ଏକ ଟିଭିଏସ ସୋରୁମ ଓ ଏକ ହୋଣ୍ଡା ସୋରୁମ୍ କରିଛନ୍ତି । ସୋରଡା ବିଧାୟକ, ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗରେ ସବୁ ବେଆଇନି ସମ୍ପତ୍ତି ହାତେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ବିଧାୟକ ପ୍ରଦୀପଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.