ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ପ୍ରତିନିଧି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ନେଇ ବିଜେପିର ପ୍ରେସମିଟ । ପ୍ରେସମିଟ କରି ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି ବିଜେପି ବୈଠକରେ ତିନୋଟି ପ୍ରସଙ୍ଗ ଉଠାଇଛି ।
ପ୍ରଥମତଃ ବିକାଶ କୁ ବିଜେପି ବିରୋଧ କରୁ ନାହିଁ । କିନ୍ତୁ ଯାହା ସବୁ କାମ ହେଉଛି ତାହା ସବୁ ଆଇନ ଅନୁଯାୟୀ ହେଉ । ବିନା ଅନୁମତିରେ କାମ ହେଉଛି । ତେଣୁ ସବୁ ଠୁ ଅନୁମତି ଆଣି କାମ କରାଯାଉ ।
ଦ୍ବିତୀୟରେ ମନ୍ଦିର ଚର୍ତୁପାର୍ଶ୍ବରେ କଣ ସବୁ ତିଆରି ହେଉଛି । ମଡେଲ କଣ ଅଛି ତାହା ସର୍ବସମ୍ମୁଖରେ ପ୍ରକାଶ କରାଯାଉ । ମଡେଲ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରି ଅନୁମତି ନେଇ କାମ କରନ୍ତୁ ।
ତୃତୀୟରେ ମନ୍ଦିର ସୁରକ୍ଷା ଆଖି ଆଗରେ ରଖି ବିଶେଷଜ୍ଞ ମାନଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ଯାଞ୍ଚ କରିକି ନିର୍ମାଣ କାର୍ଯ୍ୟ ହେଉ । ବର୍ତ୍ତମାନ ଏସସଆଇର ବିନା ଅନୁମତିରେ କାର୍ଯ୍ୟ ହେଉଛି ତେଣୁ କାର୍ଯ୍ୟ କୁ ସ୍ଥଗିତ ରଖାଯାଉ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ