ETV Bharat / city

Srimandir Parikrama Project: ଖୁବଶୀଘ୍ର ବସିବ ଗୃହ କମିଟି ବୈଠକ କହିଲେ ବାଚସ୍ପତି

author img

By

Published : Apr 18, 2022, 5:27 PM IST

ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗଠନ ହୋଇଥିବା କମିଟି ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବାଚସ୍ପତି
ବାଚସ୍ପତି

ଭୁବନେଶ୍ବର: ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗଠନ ହୋଇଥିବା କମିଟି ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କମିଟି ପ୍ରଥମେ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା ହେବ । କୋର୍ଟରେ ଥିବା କେସ ଅନୁଯାୟୀ ଆଇନ ବିଭାଗ ସହ ଆଲୋଚନା କରାଯିବ । ତା ପରେ କମିଟିର ସଦସ୍ୟଙ୍କ ସହ ଆଲୋଚନା କରାଯିବ । ସେହି ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କମିଟିର ବୈଠକ ବିଳମ୍ବ ହୋଇନାହିଁ ବୋଲି କହିଛନ୍ତି ବାଚସ୍ପତି । ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ସହ ଆଲୋଚନା କରିଛି ବୋଲି ସେ କହିଛନ୍ତି ।

ଖୁବଶୀଘ୍ର ବସିବ ଗୃହ କମିଟି ବୈଠକ: ବାଚସ୍ପତି

ବଜେଟ ଅଧିବେଶନ ବେଳେ ବିରୋଧୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟ ସରକାର ଏହି 8 ଜଣିଆ କମିଟି ଗଠନ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ, ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସଦସ୍ୟ ଅଛନ୍ତି । କମିଟି ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରିବା ସହ ବିଧାନସଭାରେ ରିପୋର୍ଟ ଉପସ୍ଥାପନା କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.