ETV Bharat / city

ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟିକରଣ ସମ୍ପୂର୍ଣ୍ଣ ଭାବେ ଯୁକ୍ତିଯୁକ୍ତ: ମନ୍ତ୍ରୀ ଅଶୋକ ପଣ୍ଡା - ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଖବର

ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-2020କୁ ନେଇ କେନ୍ଦ୍ର ଉଠାଇଥିବା ଆପତ୍ତିର ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର । ଅଧ୍ୟାଦେଶରେ ଥିବା ବିଭିନ୍ନ ପ୍ରାବଧାନ ଉପରେ କେନ୍ଦ୍ରର ଆପତ୍ତିର ଜବାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟ ଶାସନ ସଚିବ ରଖିଥିବା ସ୍ପଷ୍ଟୀକରଣକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

ମନ୍ତ୍ରୀ ଅଶୋକ ପଣ୍ଡା
ମନ୍ତ୍ରୀ ଅଶୋକ ପଣ୍ଡା
author img

By

Published : Jun 1, 2022, 8:57 PM IST

ଭୁବନେଶ୍ବର: ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-2020କୁ ନେଇ କେନ୍ଦ୍ର ଉଠାଇଥିବା ଆପତ୍ତିର ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର । ଅଧ୍ୟାଦେଶରେ ଥିବା ବିଭିନ୍ନ ପ୍ରାବଧାନ ଉପରେ କେନ୍ଦ୍ରର ଆପତ୍ତି ଜବାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟ ଶାସନ ସଚିବ ରଖିଥିବା ସ୍ପଷ୍ଟୀକରଣକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟୀକରଣ ସମ୍ପୂର୍ଣ୍ଣ ଭାବେ ଯୁକ୍ତିଯୁକ୍ତ ବୋଲି କହିଛନ୍ତି ମନ୍ତ୍ରୀ ।

ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟିକରଣ ସମ୍ପୂର୍ଣ୍ଣ ଭାବେ ଯୁକ୍ତିଯୁକ୍ତ: ମନ୍ତ୍ରୀ ଅଶୋକ ପଣ୍ଡା

ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟ ଶାସନ ସଚିବଙ୍କ ପତ୍ର ସମ୍ପୂର୍ଣ୍ଣ ଭାବେ ଯୁକ୍ତିଯୁକ୍ତ । ଆଇନସମ୍ମତ, ଓଡିଶାର ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ । ଆମସାର ଆକ୍ଟ ହେବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ତତକାଳୀନ ଏଏସଆଇ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଯଦି ଏଏସଆଇ ମନ୍ଦିରର ସୁରକ୍ଷା, ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣରେ ଅବହେଳା କରେ, ତାହେଲେ ଲିଙ୍ଗରାଜ ମନ୍ଦିର ଏଏସଆଇ କାର୍ତ୍ତୃତ୍ବ ପରିସରରୁ ବାହାରି ଆସିବ । ଲିଙ୍ଗରାଜ ମନ୍ଦିର ପରିଚାଳନା ଏବଂ ନୀତିକାନ୍ତି ସୂଚାରୁ ରୁପେ କରାଇବା ନେଇ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶର ଉଦ୍ଦେଶ୍ୟ । ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର କୌଣସି ଅସୁବିଧା ନ ହୁଏ, ସେ ନେଇ ଦୃଷ୍ଟି ଦେବା ଅଧ୍ୟାଦେଶ ଅଣାଯାଇଛି । ଅଧ୍ୟାଦେଶରେ ଆମସାର ଆକ୍ଟରର କୌଣସି ପ୍ରକାର ଉଲଂଘନ ହେଉନାହିଁ । ଏହାକୁ ଲଗାଇ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ 10 ଟି ସ୍ପଷ୍ଟୀକରଣ ଗଲାଣି ।

କେଦାରନାଥ ଏବଂ ବଦ୍ରିନାଥ, କାଶୀ ବିଶ୍ବନାଥରେ କେମିତି ବିକାଶ କାର୍ଯ୍ୟ ହୋଇଛି ବୋଲି ଅଶୋକ ପ୍ରଶ୍ନ କରିଛନ୍ତି । ଏଥର ଅନୁମତି ମିଳିବ ବୋଲି ସେ ଆଶା ରଖିଛନ୍ତି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ ବିବାଦ ସୃଷ୍ଟି କରିଥିବା ନେଇ ପରୋକ୍ଷରେ ଅଶୋକ, ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ସବୁଠି ହେଉଛି । ଲିଙ୍ଗରାଜଙ୍କ କ୍ଷେତ୍ରରେ ଅନୁମତି ନମିଳିବା ପଛରେ ସିଧା ନକହି ଅପରାଜିତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି ଅଶୋକ । ଆମେ ଆଶା କରୁଥିଲୁ ଭୁବନେଶ୍ବର ସାଂସଦ ଏନେଇ କେନ୍ଦ୍ର ସହ ଆଲୋଚନା କରିବେ । ହେଲେ ବିଜେଡି ସାଂସଦ ମାନେ ଅପରାଜିତାଙ୍କୁ ଡାକିବାରୁ ସେ ଯିବେ ନାହିଁ ବୋଲି କହିଥିଲେ ବୋଲି ଅଶୋକ କହିଛନ୍ତି । ପରେ ଅପରାଜିତା ବିଜେପି ସାଂସଦ ମାନଙ୍କ ସହ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.