ETV Bharat / city

Cyclone Asani Update: ଓଡିଶା ଛୁଇଁବ ନାହିଁ ବାତ୍ୟା, କୂଳକୁ ଫେରିଲେ ମତ୍ସ୍ୟଜୀବୀ

ବାତ୍ୟା ଅସାନି ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(SRC) ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ସବୁ ମଡେଲର ଆକଳନ ଅନୁସାରେ ଆନ୍ଧ୍ର କିମ୍ବା ଓଡିଶାକୁ ଛୁଇଁବ ନାହିଁ ବାତ୍ୟା । ଅଧିକ ପଢନ୍ତୁ

author img

By

Published : May 8, 2022, 9:09 PM IST

Updated : May 8, 2022, 9:27 PM IST

Cyclone Asani Update: ଓଡିଶା ଛୁଇଁବ ନାହିଁ ବାତ୍ୟା, କୂଳକୁ ଫେରିଲେ ମତ୍ସ୍ୟଜୀବୀ
Cyclone Asani Update: ଓଡିଶା ଛୁଇଁବ ନାହିଁ ବାତ୍ୟା, କୂଳକୁ ଫେରିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ବାତ୍ୟା ଅସାନି ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(SRC) ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ସବୁ ମଡେଲର ଆକଳନ ଅନୁସାରେ ଆନ୍ଧ୍ର କିମ୍ବା ଓଡିଶାକୁ ଛୁଇଁବ ନାହିଁ ବାତ୍ୟା । ପୁରୀ ଠାରୁ ୯୦ରୁ ୧୦୦ କିଲୋମିଟର ଦୂରରେ ଯିବ ବାତ୍ୟା ।

ଫଳରେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ ବୋଲି ଏସଆରସି କହିଛନ୍ତି । ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ୫୬ଟି ବୋଟ ସମୁଦ୍ର ଭିତରେ ଥିବାବେଳେ ସମସ୍ତ ବୋଟ କୂଳକୁ ଫେରି ଆସିଛି ।

ସେହିପରି ଚିଲିକାରେ ୧ ହଜାର ବୋଟ ଚାଲୁଥିବାବେଳେ ଏହାକୁ ବାରଣ କରାଯାଇଛି ବୋଲି ଏସଆରସି କହିଛନ୍ତି । ଏଥିସହ ୨୫୦ଟି ମାଛ ଧରା ବୋଟ ଚିଲିକା କୂଳକୁ ଫେରିଛି । ଆସନ୍ତାକାଲି ଠାରୁ ଚିଲିକାରେ ବାତ୍ୟାକୁ ନେଇ ଡଙ୍ଗା ଚଳାଚଳ ଉପରେ ରୋକ ଲାଗିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ସେହିଭଳି ଆଇଏମଡିର ଆକଳନ ଅନୁସାରେ, କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ମାତ୍ର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ । କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଦେଖା ଦେଇପାରେ, ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମ୍ଯୁନିସପାଲ କମିଶନରଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ୍‌ ମୁତୟନ କରାଯାଇଛି ।

ଏତଦ୍‌ବ୍ୟତିତ୍‌ ଗଞ୍ଜାମ ଜିଲ୍ଲାରେ ଦୁଇଟି ଟିମ୍, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଏବଂ ସାତପଡ଼ାରେ ଗୋଟିଏ ଲେଖାଏଁ ଟିମ୍, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍‌ ମୁତୟନ କରାଯାଇଛି । ଏଥିସହ ବାଲେଶ୍ବରରେ ମଧ୍ୟ ଗୋଟିଏ ଏନଡିଆରଏଫ ଟିମ୍ ରହିବେ । କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଏନଡିଆରଏଫ୍‌ ଟିମ୍‌ ଯିବା ପାଇଁ ଅତିରିକ୍ତ ଗାଡି ଆବଶ୍ୟକ ପଡିପାରେ । ଏଣୁ ଗାଡି ପ୍ରସ୍ତୁତ ହୋଇ ରହିଛି । ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଗଞ୍ଜାମରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : May 8, 2022, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.