ଭୁବନେଶ୍ବର: ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷକୁ ସ୍ବାଗତ ସମୟରେ କୌଣସି ପ୍ରକାରର ଜିରୋ ନାଇଟ ପାର୍ଟି କିମ୍ବା କାର୍ଯ୍ୟକ୍ରମ ଆୟୋଜନ ନ କରିବା ପାଇଁ କଡା ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ପୂର୍ବରୁ ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବ୍ରିଟେନରେ କୋରୋନା ଭାଇରସର ଦ୍ବିତୀୟ ଷ୍ଟ୍ରେନ ବର୍ତ୍ତମାନ ସାରା ବିଶ୍ବରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଯାହାକୁ ଦେଖି ସରକାର ସମସ୍ତ ପ୍ରକାରର ଆୟୋଜନକୁ ବନ୍ଦ ରଖିବା ପାଇଁ କଡା ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ଲୋକଙ୍କୁ ସରକାର କୋରୋନା ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।