ETV Bharat / city

ଜାଣନ୍ତୁ ଘରେ କେତେ ଜଣରେ ପାଳିବେ ସାଧାରଣତନ୍ତ୍ର ଦିବସ ? - ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସାଧାରଣତନ୍ତ୍ର ଦିବସ ଗାଇଡଲାଇନ

ସାଧାରଣତନ୍ତ୍ର ଦିବସ ପାଇଁ SRC ଙ୍କ ଗାଇଡ଼ଲାଇନ । ଭିଡକୁ ସବୁଠି ଏଡାଇବା ପାଇଁ ନିର୍ଦ୍ଦେଶ । ଘରେ ୫ ଜଣ ଓ ବାହାରେ ମାତ୍ର ୧୦ ଜଣଙ୍କୁ ନେଇ ପତାକା ଉତ୍ତୋଳନ ସାରିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ପାଳନ, ଗାଇଡ଼ଲାଇନ ଜାରି କଲେ SRC

author img

By

Published : Jan 25, 2022, 6:48 PM IST

ଭୁବନେଶ୍ବର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସିଛି ସ୍ବତନ୍ତ୍ର ରିଲିଫ କମିଶନର (SRC)ଙ୍କ ଗାଇଡଲାଇନ । ମାକ୍ସ ଓ ସାମାଜିକ ଦୂରତା ସହ କୋଭିଡ ଗାଇଡ଼ଲାଇନକୁ ସମ୍ପୂର୍ଣ୍ଣ ଅନୁପାଳନ କରି ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଗାଇଡଲାଇନରେ କଡା ନିର୍ଦ୍ଦେଶ ରହିଛି ।

ସାଧାରଣତନ୍ତ୍ର ଦିବସ ପାଳନ, ଗାଇଡ଼ଲାଇନ ଜାରି କଲେ SRC
ସାଧାରଣତନ୍ତ୍ର ଦିବସ ପାଳନ, ଗାଇଡ଼ଲାଇନ ଜାରି କଲେ SRC
ନିଜ ଘରେ ଜାତୀୟ ପତାକା ଉତ୍ତୋଳନ ବେଳେ ସର୍ବାଧିକ ମାତ୍ର 5 ଜଣ ଲୋକ ରହିବେ ବୋଲି ଗାଇଡଲାଇନରେ କୁହାଯାଇଛି । ଏହା ସହ ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ଅନ୍ୟାନ୍ୟ କିଛି ଅନୁଷ୍ଠାନ ଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ 10 ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ସେହିପରି ଆବଦ୍ଧ କୋଠରୀରେ 50 ପ୍ରତିଶତ କ୍ଷମତାରେ ଲୋକେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି । ସର୍ବତ୍ର ସାଧାରଣତନ୍ତ୍ର ପାଳନ ତଥା ଜାତୀୟ ପତାକା ଉତ୍ତୋଳନ ବେଳେ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.