ETV Bharat / city

ବାତ୍ୟାରେ ଅତ୍ୟଧିକ କ୍ଷୟକ୍ଷତି ନେଇ କୌଣସି ସୂଚନା ଆସିନାହିଁ: SRC

ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ବାତ୍ୟା ୟସ ଅତିକ୍ରମ କରିଛି । ତେବେ ବାତ୍ୟାରେ ଏତେ ବି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଅଧିକ ପଢନ୍ତୁ...

author img

By

Published : May 26, 2021, 3:04 PM IST

ବାତ୍ୟାରେ ଏତେବି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଆସିନି: SRC

ଭୁବନେଶ୍ବର: ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ବାତ୍ୟା ୟସ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 140ରୁ 145 କିଲୋମିଟର ରହିଥିଲା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଗାମୀ 12 ଘଣ୍ଟା ମୟୂରଭଞ୍ଜ ଓ ନୀଳଗିରି ସବଡିଭିଜନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ତେବେ ବାତ୍ୟାରେ କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ।

ରାଜ୍ୟରେ ବାତ୍ୟା କ୍ଷୟକ୍ଷତି ଜନିତ ସେମିତି କିଛି ବଡ଼ ଘଟଣା ଘଟି ନାହିଁ । ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଗଛ ପଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମୁଳିଛି। ଏନେଇ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସେହିପରି ଜୁଆର ପାଣି ବହୁତ ଗାଁରେ ପଶିଛି । ବାହାନାଗା, ରେମୁଣା, ବାଲେଶ୍ଵର ସଦର, ଧାମରାର ଭଳି କିଛି ଗାଁରେ ପାଣି ପଶିଛି । କିଛି ସ୍ଥାନରେ ୱାଟର ଲଗିଙ୍ଗ ହୋଇଛି । ବାତ୍ୟା ଦ୍ବାରା ବହୁ ଗଛ ଭାଙ୍ଗିଛି । ବିଶେଷ କରି ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ନଷ୍ଟ ହୋଇଛି । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ । ବିଶେଷ କରି ଭଦ୍ରକ ଓ ବାଲେଶ୍ଵରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ସେହିପରି ବନ୍ୟାକୁ ନେଇ କହିଛନ୍ତି ଯେ ପାଣି ଜମି ରହିବା ଯୋଗୁଁ କିଛି ସ୍ଥାନରେ ଫ୍ଲାସଫ୍ଲଡ଼ ହୋଇଛି । ବିପଦ ସଙ୍କେତ ତଳେ ଜଳ ସ୍ତର ରହିଛି । ଶିମିଳିପାଳରେ ଅଧିକ ବର୍ଷା ହେଉଥିବାରୁ ବୁଢ଼ା ବଳଙ୍ଗରେ ଫ୍ଲାସଫ୍ଲଡ଼ ହେବାର ଅଧିକ ରହିଛି । ତଥାପି ଆଗୁଆ ସତର୍କତା ପଦକ୍ଷେପ ମୂଳକ ମୟୂରଭଞ୍ଜ ଜିଲ୍ଲାପାଳ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.