ETV Bharat / city

ବାତ୍ୟା ନୁହେଁ ଅଧିକ ବର୍ଷିବ, 80ରୁ 90 କିମି ବେଗରେ ପବନ ବହିବ: ଏସଆରସି - ସଆରସି ସୂଚନା

ଓଡ଼ିଶା ଦେଇ ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗ-ବାଂଲାଦେଶ ଯିବ । ପ୍ରଭାବରେ ୮, ୯ ଏବଂ ୧୦ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଏସଆରସି ।

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା
author img

By

Published : Nov 7, 2019, 2:59 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ । ଏନେଇ ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡ଼ିଓ କନଫରେନ୍ସିଂରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଏସଆରସି ଉପସ୍ଥିତ ରହିଥିଲେ । ଏନେଇ ଓଡିଶା, ଆଣ୍ଡାମାନ, ପଶ୍ଚିମବଙ୍ଗ ସହ ଆଲୋଚନା କରାଯାଇଛି ।

ଓଡ଼ିଶା ଦେଇ ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗ-ବାଂଲାଦେଶକୁ ଯିବ । ପ୍ରଭାବରେ ୮, ୯ ଏବଂ ୧୦ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଏସଆରସି । ଏହା ପ୍ରଭାବରେ ୮୦ରୁ ୯୦ ବେଗରେ ପବନ ବହିବା ସହ ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି ।

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା

ଏନେଇ ସମସ୍ତ ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ ଟିମଙ୍କୁ ନିୟୋଜିତ କରାଯାଇଛି । ଆବଶ୍ୟକ ହେଲେ ସ୍ତାନାନ୍ତରଣ କରାଯିବ । ଗୁରୁବାରଠାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ମୁଖ୍ୟତଃ ପୁରୀ, ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ଅଧିକ ବର୍ଷା ହେବା ସହ ପବନ ବେଗ ଅଧିକ ରହିବ ବୋଲି ସୂଚନା ମିଳିଛି ।

ଏଥିପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ୮ ତାରିଖ ଦିନ ବାତ୍ୟାର ପ୍ରଭାବ ପଡିବ । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କଚା ଘର, ବିଦ୍ୟୂତ ଖୁଣ୍ଟ, ଗଛ ଏବ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସମ୍ବବ୍ୟ ବାତ୍ୟା ମୁକାବିଲା ନେଇ ଲୋକସେବା ଭବନରେ ଚାଲିଛି ବୈଠକ। ପ୍ରଧାନମନ୍ତ୍ରୀ ନଙ୍କ ପ୍ରମୁଖ ସଚିବ ଭିଡ଼ିଓ କନ୍ଫରେନ୍ସିଂଗ ରେ କରୁଚ୍ଚନ୍ତି ବୈଠକ। ମୁଖ୍ୟ ଶାସନ ସଚିବ,ଗୃହ ସଚିବ, ଏସ ଆର ସି ଉପସ୍ଥିତ ଅଛନ୍ତି।
୮୦ରୁ ୯୦ ବେଗରେ ବହିବ ପବନ ,ଏନେଇ ସମସ୍ତ ଜିଲ୍ଲାରେ ଓଡ୍ରାଫ ,ଏନଡିଆରଏଫ,ଟିମ ମାନଙ୍କୁ ନିୟୋଜିତ କରାଯାଇଛି ।Body:ଆବଶ୍ୟକ ହେଲେ ସ୍ତାନାନ୍ତରଣ କରାଯିବ ।ଆଜିଠାରୁ ମତ୍ସ୍ୟ ଜିବିମାନେ ସମୁଦ୍ର ମାନଙ୍କୁ ନଜିବାକୁ ବାରଣ କରାଯାଇଛି ।ମୁଖ୍ୟତଃ ପୁରୀ ,ମୟୂରଭଞ୍ଜ, କେନ୍ଦ୍ରାପଡା ଭଦ୍ରକ ବାଲେଶ୍ବର ଓ ଯାଯପୁର ରେ ଅଧିକ ବର୍ଷା ସହ ପବନ ବେଗ ରହିବ ବୋଲି ସୂଚନା ।ଏନେଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା ହୋଇଛି ।୮ ତାରିଖ ଦିନ ବାତ୍ୟା ର ପ୍ରଭାବ ପଡିବ ।
[ Conclusion:ଏନେଇ ଓଡିଶା ,ଆଣ୍ଡାମାନ ,ଓ୍ଵେଷ୍ଟ ବେଙ୍ଗଲ ସହ ଆଲୋଚନା କଲେ,।କଟକ ପୁରୀ ,ଜଗତସିଂହପୁର ,କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଏବେ ଦୃତଗତିରେ ବାତ୍ୟା ମାଡିଆସୁଛି ।କଚା ଘର ,ବିଦ୍ୟୂତ ଖୁଣ୍ଟ ,ଗଛ ଏବ ଫସଲ କ୍ଷୟକ୍ଷତି ହେବାର ସମ୍ବାବନା ରହିଛି ।୧୯୬୫୩ ମତ୍ସ୍ୟ ଜିବି ଫେରିଆସିଛନ୍ତି ,୧୨ବୋଟ ଫେରିବ ବୋଲି ସୂଚନା ।ବାଲେଶ୍ବର ଜିଲ୍ଲାର ସମୁଦ୍ର କୂଳରେ ପୋଲିସ ମୁତୟନ କରାଯିବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.