ETV Bharat / city

ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି’ ଛାଡ ପାଇଁ ଏସଆରସିଙ୍କ ନିବେଦନ

ଫନି ପ୍ରଭାବିତ ଜିଲ୍ଲାର ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି’ ଛାଡ଼ କରିବାକୁ ଅପିଲ କରିଛନ୍ତି ସରକାର । ଜିଲ୍ଲାର ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 13, 2019, 8:53 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ଛାରଖାର ହୋଇଯାଇଛି ରାଜ୍ୟର ଅଧିକାଂଶ ଅଞ୍ଚଳ । ଖାସକରି ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଲୋକେ ଫନି ଯୋଗୁଁ ଅଧିକ କ୍ଷୟକ୍ଷତିର ସାମ୍ନା କରିଛନ୍ତି । ଏହାର ପ୍ରଭାବରେ ଲକ୍ଷାଧିକ ପକ୍କା ଏବଂ କଚା ଘର ଭାଙ୍ଗି ଯାଇଛି । ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ବହିଠାରୁ ଆରମ୍ଭ କରି ନିଜ ୟୁନିଫର୍ମ ସୁଦ୍ଧା ହରାଇଛନ୍ତି ଫନି ବାତ୍ୟାରେ । ତେବେ ଏହି ସବୁ ଜିଲ୍ଲାରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଏବଂ ପରୀକ୍ଷା ଫି’ ଛାଡ଼ କରିବାକୁ ଅପିଲ କରିଛନ୍ତି ସରକାର ।

ଅନ୍ତତଃ ମାସକ ଫି’ ଛାଡ଼ କରିବାକୁ ଜିଲ୍ଲାର ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ପୂର୍ବରୁ ପ୍ରଭାବିତ ଜିଲ୍ଲାର ସବୁ ସରକାରୀ ସ୍କୁଲ ପାଇଁ ଦେୟ ଛାଡ଼ ଘୋଷଣା ସହ ମାଗଣାରେ ୟୁନିଫର୍ମ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅନେକ ଛାତ୍ର ଛାତ୍ରୀ ଘରୋଇ ଶିକ୍ଷାନୁଷ୍ଠାନ ଯାଉଥିବାରୁ ସେମାନଙ୍କ ପାଇଁ ଏଭଳି ନିବେଦନ କରିଛନ୍ତି ଏସଆରସି ।

ସୂଚନା ଯୋଗ୍ୟ ଯେ, ଓଡିଶା ଅଭିଭାବକ ସଂଘର ଏକ ଟିମ ଏନେଇ ଏସଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଘ ଏନେଇ ଏଜ ଦାବିପତ୍ର ଦେଇଥିଲା । ଯାହାକୁ ଆଧାର କରି ଏହି ଅପିଲ କରାଯାଇଛି । ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଏହି ଅପିଲକୁ ସଙ୍ଘ ସ୍ୱାଗତ କରିଛି।

ଭୁବନେଶ୍ୱର ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.