ETV Bharat / city

ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ

କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 4, 2021, 10:36 PM IST

Sports minister taking review meeting integrated sports complex work
ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ବ୍ରହ୍ମପୁର, ପୁରୀ, ଜୟପୁର, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଆଦି ସ୍ଥାନରେ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

ଏ ନେଇ ବିଭାଗୀୟ ଅଧିକାରୀ ଓ ଇଡ଼କୋ, ପିଡବ୍ଲୁଡି ଏବଂ ୱାକସ ଭଳି ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । କୋଭିଡ ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ବେଳେ ବିକଳ୍ପ ପନ୍ଥା ବାହାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ରାଜ୍ୟ ସରକାର ଦେଶରେ ସବୁଠୁ ଭଲ କ୍ରୀଡା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି । କୌଣସି ପରିସ୍ଥିତିରେ କାର୍ଯ୍ୟର ଗୁଣବତ୍ତା ସହିତ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏଥି ସହିତ ରାଉରକେଲାରେ ବିଶ୍ବ ସ୍ତରୀୟ ହକି ଷ୍ଟାଡିୟମର ନିର୍ମାଣ, ପୌରାଞ୍ଚଳ କ୍ରୀଡା ଭିତ୍ତିଭୂମିର ବିକାଶ, କୋଚ୍‌ ଓ କ୍ରୀଡା ଶିକ୍ଷକଙ୍କ ତାଲିମ, କ୍ରୀଡା ଛାତ୍ରାବାସ ଓ ହାଇ ପରଫରମାନ୍ସ ସେଣ୍ଟରର ସୁପରିଚାଳନା ବିଷୟରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସ୍ବତନ୍ତ୍ର ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା, ଉପ ଶାସନ ସଚିବ ରଞ୍ଜିତ ପରିଡାଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.