ETV Bharat / city

‘ଗୋପୀନାଥ’ଙ୍କୁ ଭେଟିଲେ କ୍ରୀଡା ମନ୍ତ୍ରୀ

ରାଜଧାନୀ ଭୁବନେଶ୍ବରରେ ଚାକିରୀ ଆଶାୟୀଙ୍କୁ ବିନା ମୂଲ୍ୟରେ ତାଲିମ ପ୍ରଦାନ କରୁଥିବା ଗୋପୀନାଥ ସେଠୀଙ୍କୁ ଭେଟିଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Aug 26, 2019, 11:13 PM IST

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଡିଶା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । କିଛି ଦିନ ତଳେ ସଚିବାଳୟ କ୍ୟାଣ୍ଟିନରେ ଖାଇ ପ୍ରଶଂସା ସାଉଁଟିଥିଲେ ମନ୍ତ୍ରୀ । ଏବେ ରାଜଧାନୀରେ ନିସ୍ବାର୍ଥପର ଭାବେ ଚାକିରୀ ଆଶାୟୀ ଯୁବକଙ୍କୁ ତାଲିମ ଦେଉଥିବା ଗୋପୀନାଥ ସେଠୀଙ୍କୁ ଭେଟିଛନ୍ତି ମନ୍ତ୍ରୀ ।

Gopinath Sethy
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

2002 ମସିହାରୁ ରାଜଧାନୀ ଭୁବନେଶ୍ବରରେ ଏପରି ତାଲିମ ପ୍ରଦାନ କରିଆସୁଛନ୍ତି ଗୋପୀନାଥ । ପୁଲିସ, ସେନା ଏବଂ ଅଗ୍ନିଶମ ବିଭାଗରେ ଚାକିରି ପାଇଁ ତାଲିମ ପ୍ରଦାନ କରିଥାନ୍ତି ଗୋପୀନାଥ । ଚାକିରି ଆଶାୟୀ ଯୁବକମାନଙ୍କୁ ୫ ହଜାର ମିଟର ଦୌଡ଼, ୧୬ ଶହ ମିଟର ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଦଉଡ଼ିଚଢ଼ା, ବାଲିବସ୍ତା ବୋହିବା, ସାଇକେଲିଂ ଆଦି ବିଭିନ୍ନ ବ୍ୟାୟାମ ଓ ଶାରୀରିକ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ନେଇ ବିନା ମୂଲ୍ୟରେ ତାଲିମ ପ୍ରଦାନ କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋପୀନାଥ ନିକଟରୁ ତାଲିମ ଗ୍ରହଣ କରି ପ୍ରାୟ ୩୫୦୦ ଯୁବକ ଚାକିରୀ ପାଇସାରିଛନ୍ତି । ସିଆରପିଏଫ୍‌, ସୀମା ସୁରକ୍ଷା ବଳ, ହୋମଗାର୍ଡ, କମିଶନରେଟ ପୁଲିସ୍‌, ଜିଲ୍ଲା ପୁଲିସ୍‌, ଅଗ୍ନିଶମ ଏବଂ ଅବକାରୀ ବିଭାଗରେ ଇନସପେକ୍ଟର, ସବ୍‌-ଇନିସ୍‌ପେକ୍ଟର, କନ୍‌ଷ୍ଟେବଳ ସହ ରେଳବାଇ ଗ୍ରୁପ୍‌-ଡି ଆଦିରେ ନିଯୁକ୍ତି ପାଇଛନ୍ତି ।

ଗୋପୀନାଥଙ୍କ ମହତ କାମ ବିଷୟରେ ଖବର ପାଇବା ପରେ ମନ୍ତ୍ରୀ ତୁଷାରକାନ୍ତି ତାଙ୍କୁ ଭେଟିବା ସହ ତାଙ୍କର ପ୍ରଶଂସା କରିଛନ୍ତି । ଏଥିସହିତ ଓଡିଶାର ଯୁବକ ଯୁବତୀ ମାନଙ୍କୁ ଦକ୍ଷ କରାଇବା ନେଇ ଆଲୋଚନା ମଧ୍ୟ କରିଥିଲେ । ଗୋପୀନାଥଙ୍କ ଏହି ମହାନ କାର୍ଯ୍ୟ ପାଇଁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।

ପିଲାଙ୍କ ତାଲିମ ପ୍ରଦାନ ପାଇଁ ପଡ଼ିଆର ଅଭାବ ରହିଥିବା କଥା ଗୋପୀନାଥ ମନ୍ତ୍ରୀଙ୍କୁ ଜଣାଇଥିଲେ । ଏ ନେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସାକ୍ଷାତ ସମୟରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ନିସ୍ୱାର୍ଥପର ଭାବେ ପୁଲିସ, ସେନା ଏବଂ ଅଗ୍ନିସମ ଆଦି ବିଭାଗରେ ଚାକିରି ପାଇଁ ରାଜଧାନୀରେ ତାଲିମ ଦେଇ ଆସୁଥିବା ଗୋପୀନାଥ ସେଠୀଙ୍କୁ ଆଜି ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭେଟିଛନ୍ତି । ପୁଲିସ ଏବଂ ସେନାବାହିନୀରେ ନିଯୁକ୍ତି ପାଇଁ ଓଡ଼ିଶାର ଯୁବକମାନଙ୍କୁ ଦକ୍ଷ କରାଇବା ଲକ୍ଷ୍ୟରେ ଦୀର୍ଘଦିନ ଧରି ପ୍ରୟାସ ଜାରି ରଖିଥିବା ଗୋପୀନାଥ ସେଠୀଙ୍କ ବିଷୟରେ ଜାଣିବା ପରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କୁ ଭେଟି ତାଙ୍କର ଏହି ମହାନ ଉଦ୍ୟମକୁ ପ୍ରଶଂସା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସେଠୀ ୨୦୦୨ ମସିହାରୁ ଚାକିରି ଆଶାୟୀ ଯୁବକମାନଙ୍କୁ ୫ ହଜାର ମିଟର ଦୌଡ଼, ୧୬ ଶହ ମି. ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଦଉଡ଼ିଚଢ଼ା, ବାଲିବସ୍ତା ବୋହିବା, ସାଇକେଲିଂ ଆଦି ବିଭିନ୍ନ ବ୍ୟାୟାମ ଓ ଶାରୀରିକ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ନେଇ ବିନା ମୂଲ୍ୟରେ ତାଲିମ ପ୍ରଦାନ କରିଥାନ୍ତି । ତାଙ୍କ ନିକଟରୁ ତାଲିମ ଗ୍ରହଣ କରି ପ୍ରାୟ ୩୫୦୦ ପିଲା ସିଆରପିଏଫ୍‌, ଆର୍ମି, ସୀମା ସୁରକ୍ଷା ବଳ, ତିବତ୍ତ ଗାର୍ଡ, କମିଶନରେଟ୍‌ ପୁଲିସ୍‌, ଜିଲ୍ଲା ପୁଲିସ୍‌, ଅଗ୍ନିସମ ଏବଂ ଅବକାରୀ ବିଭାଗରେ ଇନ୍‌ସପେକଫର, ସବ୍‌-ଇନିସ୍‌ପେକଫର, କନ୍‌ଷ୍ଟେବଳ ଆଦି ସହ ରେଳବାଇ ଗ୍ରୁପ୍‌-ଡି ଆଦିରେ ନିଯୁକ୍ତି ପାଇଛନ୍ତି । ଗୋପୀନାଥଙ୍କ ଏହି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି । ଗତ କିଛିଦିନ ହେବ ପିଲାଙ୍କ ତାଲିମ ପ୍ରଦାନ ପାଇଁ ପଡ଼ିଆର ଅଭାବ ଥିବା କଥା ଜାଣିବା ପରେ ଏଥି ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରଶିକ୍ଷକ ଶ୍ରୀ ସେଠୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସାକ୍ଷାତ ସମୟରେ ବଡ଼ଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ ।
Body:HhConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.