ETV Bharat / city

ମଙ୍ଗଳବାର ନବୀନ-ଜଗନ ଭେଟଘାଟ, ପୁରୁଣା ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ !

author img

By

Published : Nov 8, 2021, 10:35 PM IST

Updated : Nov 9, 2021, 7:17 AM IST

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ନବୀନ-ଜଗନଙ୍କ ଏହି ଭେଟଘାଟ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

Cm Naveen Patnaik and AP Cm Jagan Mohan ready meeting
ଆସନ୍ତାକାଲି ନବୀନ-ଜଗନ୍ ଭେଟଘାଟ, ପୂର୍ଣ୍ଣଛେଦ ପଡିବ ପୁରୁଣା ବିବାଦ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ଓଡିଶା ଗସ୍ତରେ ଆସୁଛନ୍ତି ୱାଇ.ଏସ୍‍ ଜଗନମୋହନ ରେଡ୍ଡୀ । ଆଜି(ମଙ୍ଗଳବାର) ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ନବୀନ-ଜଗନଙ୍କ ଏହି ଭେଟଘାଟ ନେଇ ଚର୍ଚ୍ଚା ଜୋର୍‍ ଧରିଛି ।

ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲି ଆସୁଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି । ବିଶେଷକରି ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଓ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତ ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସୂଚନା ରହିଛି ।

ମଙ୍ଗଳବାର ଅପରାହ୍ନ 4.30 ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଜଗନଙ୍କ ସହିତ ଆନ୍ଧ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଓଡ଼ିଶା ଆସିବେ । ସେଠାରୁ ସେମାନଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥି ଭବନକୁ ନିଆଯିବ । କିଛି ସମୟ ରେଷ୍ଟ ପରେ ଲୋକସେବା ଭବନ ସମ୍ମିଳନୀ କକ୍ଷକୁ ବାହାରିବେ ଜଗନ୍ ଆଣ୍ଡ ଟିମ । ଅପରାହ୍ନ 5ଟା 50ରେ ଦୁଇ ରାଜ୍ୟ ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା । ଉଭୟଙ୍କ ମଧ୍ୟରେ ପ୍ରାୟ 45 ମିନିଟ ଆଲୋଚନା ହେବ । ସନ୍ଧ୍ୟା 7 ରେ ଜଗନ୍ ଆନ୍ଧ୍ର ଫେରିଯିବେ ବୋଲି ଜଣାପଡିଛି ।

ତେବେ ଉଭୟ ରାଜ୍ୟ ମୁଖ୍ୟଙ୍କ ଭେଟଘାଟରେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିଭିନ୍ନ ବିବାଦ ବାବଦରେ ଆଲୋଚନା ହେବ ବୋଲି ଜଣାପଡିଛି । ବିଶେଷ କରି ସୀମା ଓ ଜଳଭଣ୍ଡାର ନେଇ ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦ ନେଇ ଆଲୋଚନା ହେବ ବୋଲି କୁହାଯାଉଛି ।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ସରକାର ନିଜର କଠୋର ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି । ଓଡ଼ିଶା ସରକାରଙ୍କ କଡ଼ା ବିରୋଧ ସତ୍ତ୍ବେ ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ସୀମା ଅତିକ୍ରମ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛି । ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଆପୋଷ ବୁଝାମଣା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଖାଲି କୋଟିଆ ନୁହେଁ, ଗଞ୍ଜାମ, ରାୟଗଡ଼଼ା ଓ ଗଜପତିର କେତେକ ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ଓଡ଼ିଶାର ସୀମାରେ ଅନୁପ୍ରବେଶ କରୁଥିବା ଓଡ଼ିଶା ଅଭିଯୋଗ କରୁଛି । ଏପରି ସ୍ଥଳେ ନବୀନ ଜଗନଙ୍କ ସମ୍ମୁଖରେ ନିଜର ଉଦବେଗ ପ୍ରକାଶ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।

ଗତ ଜୁନ୍‍ ମାସରେ ବଂଶଧରା ଜଳବିବାଦ ମାମଲାରେ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ନିଜ ରାୟ ଦେଇଛନ୍ତି । ଏହା ସହ ବଂଶଧରା ନଦୀ ଉପରେ ନେରେଡି ଡ୍ୟାମ ନିର୍ମାଣ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ତେବେ ବଂଶଧରାର ଜଳ ଉପରେ ଉଭୟ ରାଜ୍ୟର ଅଧିକାର ଅଛି ବୋଲି ନିଜ ରାୟରେ ଟ୍ରିବ୍ୟୁନାଲ କହିଛନ୍ତି । ହେଲେ ଏହି ରାୟକୁ ନେଇ ଓଡ଼ିଶା ସରକାର ଅସନ୍ତୁଷ୍ଟ ଅଛନ୍ତି । ରାୟ ଅନୁଯାୟୀ ଓଡ଼ିଶାରେ ବ୍ୟାରେଜର ଏକ ସ୍ଲୁଇସ ଫାଟକ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ 106 ଏକର ଜମିର ଆବଶ୍ୟକତା ପଡୁଛି । ଯାହାକୁ ଓଡ଼ିଶା ସରକାର ଅଧିଗ୍ରହଣ କରିବେ । ତେବେ ଏହି ଜମି ଅଧିଗ୍ରହଣ ସହ ଡ୍ୟାମ ନିର୍ମାଣ ହେଲେ ଓଡ଼ିଶାର କେତେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହୁଛି । ଯାହାକୁ ଓଡ଼ିଶା ସରକାର ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ ବୋଲି ଆନ୍ଧ୍ର ଯୁକ୍ତି ରଖୁଛି । ଓଡ଼ିଶାର ପ୍ରାୟ 30 ହଜାର ହେକ୍ଟର ଚାଷଜମି ଜଳସେଚିତ ହେବା ସହ ଗଜପତି ଜିଲ୍ଲାବାସୀଙ୍କୁ ପିଇବା ପାଣି ସହଜରେ ଉପଲବ୍ଧ ହୋଇପାରିବ ବୋଲି ଆନ୍ଧ୍ର ପ୍ରଦେଶ ସରକାର କହୁଛନ୍ତି । ବଂଶଧରା ଜଳ ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ଦୁଇଟି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି । ମାମଲାକୁ ସୁପ୍ରିମକୋର୍ଟ ବାହାରେ ଅର୍ଥାତ ରାଜନୈତିକ ଆଲୋଚନା କରି ସମାଧାନ କରିବାକୁ ଆନ୍ଧ୍ର ଚାହୁଁଛି । ତେଣୁ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ସହଯୋଗ କରିବାକୁ ଜଗନ ନବୀନଙ୍କୁ ଅନୁରୋଧ କରିବା ନେଇ ସମ୍ଭାବନା ରହିଛି ।

ସେହିପରି ପୋଲାଭରମ ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବହୁ ଦିନରୁ ବିବାଦ ରହି ଆସିଛି । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା କରୁଛନ୍ତି ରାଜ୍ୟ ସରକାର । ତେବେ ପୋଲାଭରମ ବିବାଦରେ କେନ୍ଦ୍ରୀୟ ଜଳ ଆୟୋଗ ଶୁଣାଣି କରି ପ୍ରଭାବିତ ହେବାକୁ ଥିବା ଓଡ଼ିଶା ଏବଂ ଛତିଶଗଡ଼଼ରେ ରିଭର ସାଇଡ ଗାର୍ଡ ୱାଲ ତିଆର କରିବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାର ସାବେରୀ ଓ ସିଲେରୁ ନଦୀ କୂଳରେ ଆନ୍ଧ୍ର ଗାର୍ଡ ୱାଲ ନିର୍ମାଣ କରିବ । ଏହା ଉପରେ ଜଗନ ନବୀନଙ୍କ ସହଯୋଗ ଲୋଡ଼ିପାରନ୍ତି । ଅନ୍ୟ ପ୍ରସଙ୍ଗ ମଧ୍ୟରେ ଝଞ୍ଜାବତୀ ନଦୀ ଉପରେ ରବର ଡ୍ୟାମ ପ୍ରକଳ୍ପ ଉପରେ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଉଭୟ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟରେ ରାଜନୈତିକ ଦିଗ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି । ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ସରକାର ରହିଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଦଳ ଦୀର୍ଘଦିନ ଧରି ଉଭୟ ଏନ୍‍ଡିଏ ଏବଂ ୟୁପିଏ ଠାରୁ ସମଦୂରତ୍ୱ ରକ୍ଷା କରି ଆସୁଛନ୍ତି । ବିଶେଷ କରି ବିଜେପିର ପୂର୍ବଦୋୟ ମିଶନକୁ ଏହି ଦୁଇ ରାଜ୍ୟ ଚ୍ୟାଲେଞ୍ଜ ଦେଇ ଆସୁଛନ୍ତି । ଉଭୟଙ୍କ ସାକ୍ଷାତ ସମୟରେ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏପରି ସ୍ଥଳେ ନବୀନ-ଜଗନ ଭେଟ ସାଧାରଣରେ ଉତ୍କଣ୍ଠାକୁ ବଢ଼ାଇ ଦେଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Nov 9, 2021, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.