ETV Bharat / city

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ହାରରେ ମିଳିବ ବାଣୀଶ୍ରୀ ଛାତ୍ରବୃତ୍ତି - ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ହାରରେ ମିଳିବ ବାଣୀଶ୍ରୀ ଛାତ୍ରବୃତ୍ତି

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏଣିକି ବର୍ଦ୍ଧିତ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢ଼ନ୍ତୁ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ହାରରେ ମିଳିବ ବାଣୀଶ୍ରୀ ଛାତ୍ରବୃତ୍ତି

author img

By

Published : Dec 22, 2021, 10:40 PM IST

ଭୁବନେଶ୍ବର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏଣିକି ବର୍ଦ୍ଧିତ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ରାଜ୍ୟର ପ୍ରାୟ ୨୩ ହଜାର ୬ଶହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ବର୍ଦ୍ଧିତ ବୃଦ୍ଧି ପାଇବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବାଣୀଶ୍ରୀ ଛାତ୍ରବୃତ୍ତି ବୃଦ୍ଧି ହେବା ଫଳରେ ସେମାନେ ଶିକ୍ଷା କ୍ଷେତ୍ରରେ ଅଧିକ ଉପକୃତ ହୋଇପାରିବେ ।

ଛାତ୍ରବୃତ୍ତି ପରିମାଣ ବଢ଼ିବା ଫଳରେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଏବେ ୨ ଶହ ଟଙ୍କା ପରିବର୍ତ୍ତେ ୪୦୦ ଟଙ୍କା ମିଳିବ । ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନଙ୍କ ବାଣୀଶ୍ରୀ ବୃତ୍ତି ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବୃତ୍ତି ୩ ଶହରୁ ୬ ଶହ ଟଙ୍କାକୁ ଓ ସ୍ନାତକୋତ୍ତର ତଥା ବୈଷୟିକ ଧନ୍ଦାମୂଳକ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ବୃତ୍ତି ୩୫୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ରାଜ୍ୟ ବାହାରେ ଜେନେରାଲ, ବୈଷୟିକ, ଧନ୍ଦାମୂଳକ ଶିକ୍ଷା ନେଉଥିବା ସମସ୍ତ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ୩୫୦ ଟଙ୍କା ବୃଦ୍ଧିକୁ ବଢ଼ାଇ ୭୦୦ ଟଙ୍କା କରାଯାଇଛି । ଅନୁରୂପ ଭାବରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ରିଡର୍ସ ଆଲାଉନ୍ସ ମଧ୍ୟ ବୃଦ୍ଧି କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ୨୦୦ ଟଙ୍କା, ମାଧ୍ୟମିକ ଶ୍ରେଣୀ ପିଲାଙ୍କ ପାଇଁ ୩୦୦ ଟଙ୍କା ଏବଂ ଅନ୍ୟ ଶ୍ରେଣୀଗୁଡ଼ିକରେ ପଢ଼ୁଥିବା ପିଲାମାନଙ୍କୁ ୪୦୦ ଟଙ୍କା ରିଡର୍ସ ଆଲାଉନ୍ସ ମିଳିବ । ଏହା ପୂର୍ବରୁ ଯଥାକ୍ରମେ ୧୦୦ ଟଙ୍କା, ୧୫୦ ଟଙ୍କା ଓ ୨୦୦ ଟଙ୍କା ରହିଥିଲା ।

ଶାରୀରିକ ପ୍ରତିବନ୍ଧକ ଥିବା ଛାତ୍ରଛାତ୍ରୀମାନଙ୍କୁ ପରିବହନ ଆଲାଉନ୍ସ ଭାବେ ୧୦୦ ଟଙ୍କା ମିଳୁଥିବାବେଳେ ତାହା ବୃଦ୍ଧି କରାଯାଇ ୨୦୦ ଟଙ୍କା ରଖାଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବାଣୀଶ୍ରୀ ବୃଦ୍ଧି ପାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ପୂର୍ବରୁ ରହିଥିବା ପରିବାର ବା ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬୦ ହଜାର ଟଙ୍କା ଥିବାବେଳେ ଏବେ ତାହା ଉଠାଇ ଦିଆଯାଇଛି । କିନ୍ତୁ ଆବେଦନ ସମୟରେ ଅଭିଭାବକମାନେ ବାର୍ଷିକ ଆୟ ବାବଦରେ କେବଳ ଏକ ଅଣ୍ଡରଟେକିଂ ପ୍ରଦାନ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.