ETV Bharat / city

ରାଜଧାନୀରେ ଔଷଧ ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ

ଭୁବନେଶ୍ବରରେ ଔଷଧ ଦୋକାନୀଙ୍କ ଟୀକାକରଣ ଲାଗି ବିଏମସି ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛି । ଅଧିକ ପଢନ୍ତୁ...

author img

By

Published : Jun 15, 2021, 7:49 PM IST

ରାଜଧାନୀରେ ଔଷଧ ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ
ରାଜଧାନୀରେ ଔଷଧ ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଔଷଧ ଦୋକାନୀମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏଥିଲାଗି ରାଜଧାନୀରେ ସେମାନଙ୍କ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ଏମାନଙ୍କ ଟୀକାକରଣ ଲାଗି ବଡଗଡ କଲ୍ୟାଣ ମଣ୍ଡପରେ ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ମହାମାରୀ ସମୟରେ ଆଗଧାଡିର କର୍ମଚାରୀଙ୍କ ଭଳି ଏମାନେ ଲୋକମାନଙ୍କୁ ସେବା ଯୋଗାଇ ଆସିଛନ୍ତି । କୋଭିଡ ସମୟରେ ସମସ୍ତେ ଲକଡାଉନ ଓ ସଟଡାଉନକୁ ଯୋଗୁଁ ଘରେ ଥିବା ବେଳେ ଏମାନେ ଅନବରତ ସେବା ଯୋଗାଇ ଆସୁଥିଲେ । ତେଣୁ ଏମାନଙ୍କ ଉପରେ ବିଏମସି ଗୁରୁତ୍ବାରୋପ କରି ସ୍ବତନ୍ତ୍ର ଟୀକାକରଣ କରିବା ପାଇଁ ସ୍ଥିର କରିଛି । ଆଜି(ମଙ୍ଗଳବାର)ଠାରୁ ବଡଗଡ କଲ୍ୟାଣ ମଣ୍ଡପରେ ଔଷଧ ଦୋକାନୀଙ୍କୁ ଟିକା ଦିଆଯାଇଛି ।

ରାଜଧାନୀରେ 2500 ଔଷଧ ଦୋକାନୀ ରହିଛନ୍ତି । ଏମାନେ ଟୀକାକରଣ ଲାଗି ପୂର୍ବରୁ ବିଏମସିକୁ ଅନୁରୋଧ କରିଆସୁଥିଲେ । ତେବେ ବିଏମସି କମିଶନର ଔଷଧ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିବା ପରେ ଟୀକାକରଣର ତାରିଖ ଧାର୍ଯ୍ୟ କରିଥିଲେ । ପ୍ରତିଦିନ 500 ବ୍ୟବସାୟୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.