ETV Bharat / city

ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସ୍ବତନ୍ତ୍ର ଟ୍ରେନ

author img

By

Published : Jul 6, 2022, 8:53 PM IST

ତୀର୍ଥଯାତ୍ରୀମାନଙ୍କ ସୁବିଧା ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ପୁରୀକୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ଆଗକୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ | ଅଧିକ ପଢନ୍ତୁ

ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସ୍ବତନ୍ତ୍ର ଟ୍ରେନ
ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ତୀର୍ଥଯାତ୍ରୀମାନଙ୍କ ସୁବିଧା ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ହୋଇଛି | ଆଗକୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ |

ଅଧିକ ଭକ୍ତଙ୍କୁ ଦୃଷ୍ଟିରେ ରଖି ରେଳବାଇ ସୁନା ବେଶ ପରଦିନ ଅଧିକ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ଯୋଜନା କରିଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି |

ରଥଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି | 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି ।

ସେହିପରି, ତୀର୍ଥଯାତ୍ରୀ ମାନଙ୍କ ସୁବିଧା ପାଇଁ ତିନି ଯୋଡା ଦୈନିକ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ ଓ ପୁରୀ ମଧ୍ୟରେ ଏବଂ ଦୁଇ ଯୋଡ଼ା ମହୀପୁର ଓ ପୁରୀ ମଧ୍ୟରେ 2 ଜୁଲାଇରୁ 7 ଜୁଲାଇ 2022 ପର୍ଯ୍ୟନ୍ତ ଚଳାଚଳ କରୁଅଛି ।
ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡି ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ |

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ ୨ଘ.୩୦ମି.ରେ ଛାଡି ପୁରୀ ଅଭିମୁଖେ ଯିବ | ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି ୮ଘ.୨୫ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ ୧୧ଘଟିକାରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହା 09.07.2022 ରାତ୍ରି ୧୧ଘ.୧୫ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର ୩ଘ.୧୫ମିରେ ଛାଡି ପୁରୀ ଅଭିମୁଖେ ଯିବ । ଫେରିବା ମାର୍ଗରେ ଏହା ପୁରୀରୁ 09.07.2022 ରାତ୍ରି ୮ଘ.୪୦ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।

ବାହୁଡା ଯାତ୍ରା ପାଇଁ ତଥା 9 ଜୁଲାଇ, 2022 ରେ ପାରାଦୀପ, ମହୀପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।

ସୁନାବେଶ ପାଇଁ, 10 ଜୁଲାଇ, 2022 ରେ ପାରାଦୀପ, ମହୀପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର ୫ଘ.୩୦ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବା ମାର୍ଗରେ ଏହା 11.07.2022 ଦିନ ପୁରୀରୁ 0015 ଘଣ୍ଟାରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର ୦୪ଘ.୩୦ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଅଭିମୁଖେ ଯିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି ୮ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ । ଫେରିବା ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି ୨ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ ୬ଘ.୩୦ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି ୧ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ | 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ |

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.