ETV Bharat / city

ଏସଟିଏଫ ପଞ୍ଝାରେ ଖଣି ମାଫିଆ ନଳିଆ କାହାଳସିଂ

author img

By

Published : Aug 1, 2019, 4:54 PM IST

ଧରାପଡିଲା ଖଣି ମାଫିଆ ନଳିଆ କାହାଳସିଂ । ଦୀର୍ଘ 10 ଦିନ ହେବ ନିଜ ଗାଁ ଜଙ୍ଗଲରେ ଲୁଚି ରହୁଥିବା ନଳିଆଙ୍କୁ ଗିରଫ କରିଛି ଏସଟିଏଫ ଟିମ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏସଟିଏଫ ପଞ୍ଝାରେ ଫଶିଲା ଆଉ ଜଣେ ଖଣି ମାଫିଆ । ଗିରଫ ହେଲେ ନଳିଆ କାହାଳସିଂ ଓରଫ ସରୋଜ । ଦୀର୍ଘ 10 ଦିନ ଧରି ଖଣି ମାଫିଆକୁ ଖୋଜୁଥିବା ଏସଟିଏଫ ଟିମ ପରିଶେଷରେ ନଳିଆକୁ ନିଜ ଗାଁ କୁମ୍ଭାରବସ୍ତି, ଉପରସାହି ଖୋର୍ଦ୍ଧାରୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ଏସଟିଏଫ ଖୋଜୁଥିବା ଜାଣି ଆତ୍ମଗୋପନ କରିଥିଲା ନଳିଆ ବୋଲି ଖବର ଜୋର ଧରିଛି । 10 ଦିନ ଧରି ନିଜ ଗାଁର ଜଙ୍ଗଲ ଭିତରେ ମଞ୍ଚା କରି ଲୁଚି ରହିବା ସହ ମୋବାଇଲ ସୁଇଚ ଅଫ କରି ରଖିଥିଲା ନଳିଆ ।

ସାଧା ପୋଷ।କରେ ଏସଟିଏଫ ନଳିଆ ଘର ବାହାରେ ପଇଁତରା ମାରୁଥିବା ଟିମ ଶେଷରେ ଗତକାଲି ସନ୍ଧ୍ୟାରେ ତା ପାଖକୁ ଘରର ଜଣେ ସଦସ୍ୟ ଖାଦ୍ୟ ନେଇଯାଇଥିବା କଥା ଜାଣିବାକୁ ପାଇଥିଲା । ଏହାପରେ ନଳିଆର ମଞ୍ଚା ପାଖରେ ପହଞ୍ଚିଥିଲା ଏସିଟିଏଫ ଟିମ ।

ପ୍ରକାଶ ଥାଉକି ନଳିଆ ନାଁରେ ବେଆଇନ ପଥର ଖାଦନ କରିବା ଅଭିଯୋଗ ଏସଟିଏଫ ନିକଟରେ ରହିଥିଲା । ଏପରି ଅନେକ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ବନ୍ଧୁକ କାରବାରେ ଲିପ୍ତ ଥିବା ସୂଚନା ପାଇଥିଲା ଏସଟିଏଫ ଟିମ । ଏନେଇ ନଳିଆକୁ ଏସଟିଏଫ ଟିମ ଗିରଫ କଲା ପରେ ଏସଡିଜେଏମ କୋର୍ଟରେ ହାଜର କରିଛି । ନଳିଆକୁ ରିମାଣ୍ଡରେ ନେଇ ପଚରାଉଚରା କରିଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

---------- Forwarded message ---------
From: TAPASA KUMAR PARIDA <tapasakumar.parida@etvbharat.com>
Date: Thu, Aug 1, 2019 at 2:32 PM
Subject: Mining mafia arrest
To: BISWANATH PRAHARAJ RAJAGURU <rajguru.bp@etvbharat.com>
Cc: Ajit Kumar <ajitkumar.d@etvbharat.com>

ଏସଟିଏଫ ଭୟରେ ଆତ୍ମଗୋପନ,
ଜଙ୍ଗଲ ଭିତରୁ ଖଣି ମାଫିଆ ଗିରଫ

ଏସଟିଏଫ ପଞ୍ଝାରେ ଆଉ ଏକ ଖଣି ମାଫିଆ। ଖଣି ମାଫିଆ ନଳିଆ କାହାଳସିଂ ଓରଫ ସରୋଜକୁ ଗିରଫ କରିଛି ଏସଟିଏଫ। ଦିର୍ଘ ୧୦ ଦିନ ଧରି ଖୋଜୁଥିବା ଏସଟିଏଫ ଟିମ ଶେଷରେ କାହ୍ନାର ନିଜ ଗାଁ କୁମ୍ଭାରବସ୍ତରୁ ,ଉପରସାହି ଖୋର୍ଦାରୁ ଗିରଫ କରିଛି। ତେବେ ଏସଟିଏଫ ଖୋଜୁଥିବା ଜାଣି ଆତ୍ମଗୋପନ କରିଥିଲା କାହ୍ନା। ୧୦ ଦିନ ଧରି ନିଜ ଗାଁର ଜଙ୍ଗଲ ଭିତରେ ମଞ୍ଚା କରି ଆତ୍ମଗୋପନ ରେ ରହିଥିଲା। ମୋବାଇଲ ସୁଇଚ ଅଫ କରି ଲୁଚି ରହିଥିଲା।୧୦ ଦିନ ଧରି ସାଧା ପୋଷାକରେ ତାର ଘର ବାହାରେ ପଇଁତରା ମାରୁଥିବା ଟିମ ଶେଷରେ ୩୧ ତାରିଖ ସଂନ୍ଧାରେ ତା ପାଇଁ  ଘରୁ ଖାଦ୍ଯ ନେଇ ଜଣେ ଜଙ୍ଗଲକୁ ଜାଉଥିବା ଜାଣିବାକୁ ପାଇଥିଲେ। ପରେ ସେହି ଲୋକକୁ ପିଛା କରିବା ପରେ ମଂଚା ଉପରେ ଆତ୍ମଗୋପନ କରିଥିବା ଅବସ୍ଥାରେ  ତାକୁ ଗିରଫ କରିଥିଲା। ତେବେ କାହ୍ନା ନାରେ ବେଆଇନ ପଥର ଖାଦାନ କରିବାର ଅଭିଯୋଗ ଏସଟିଏଫ ନିକଟରେ ରହିଥିଲା। ଏପରିକି ଅନେକ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବା ବନ୍ଧୁକ କାରବାରରେ ଲିପ୍ତ ଥିବା ଜାଣିବାକୁ ପାଇଛି ଟିମ। ଏନେଇ ଏସଟିଏଫ ଟିମ କାହ୍ନାକୁ ଗିରଫ ପରେ ଏସଡିଜେଏମ କୋର୍ଟରେ ହାଜର କରିଛି।ତେବେ ପରେ ତାକୁ ରିମାଣ୍ଡରେ ନେଇ ପଚରା ଉଚରା କରିପାରେ ଏସଟିଏଫ ଟିମ।

Whatsapp visual also

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.