ETV Bharat / city

କୋରୋନା ନେଲା ଚାକିରୀ, ସଙ୍କଟକୁ ସୁଯୋଗରେ ବଦଳାଇଲେ କସ୍ତୁରୀ - peta full

କୋରୋନା ସଙ୍କଟ ଭିତରେ ଚାକିରୀ ହରାଇ ସେ ହାଇନାହାନ୍ତି । ପରିସ୍ଥିତିର ବୋଝ ତଳେ ସେ ନୁଆଇଁନାହାନ୍ତି ମୁଣ୍ଡ । ବରଂ ନିଜର ନିଶାକୁ ପେଶା ଭାବେ ଆପଣେଇ ଆତ୍ମନିର୍ଭର ସହ ରୋଜଗାରକ୍ଷମ ହୋଇଛନ୍ତି ରାଜଧାନୀର କସ୍ତୁରୀ ପଟ୍ଟନାୟକ । ଅଧିକ ପଢନ୍ତୁ..

କୋରୋନା ନେଲା ଚାକିରୀ, ସଙ୍କଟକୁ ସୁଯୋଗରେ ବଦକୋରୋନା ନେଲା ଚାକିରୀ, ସଙ୍କଟକୁ ସୁଯୋଗରେ ବଦଳାଇଲେ କସ୍ତୁରୀଳାଇଲେ କସ୍ତୁରୀ
କୋରୋନା ନେଲା ଚାକିରୀ, ସଙ୍କଟକୁ ସୁଯୋଗରେ ବଦଳାଇଲେ କସ୍ତୁରୀ
author img

By

Published : Oct 22, 2020, 10:57 PM IST

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଅନେକଙ୍କ ପରିବର୍ତ୍ତନ ହୋଇଛି ଜୀବନଶୈଳୀ । କୋରୋନା ପାଇଁ ଅନେକ ଜୀବିକା ହରାଇଥିବା ବେଳେ ଅନେକ ଆର୍ଥିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ହେଲେ ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ହାର ମାନି ନାହାନ୍ତି ରାଜଧାନୀ ଝିଅ କସ୍ତୁରୀ ।

କୋରୋନା ନେଲା ଚାକିରୀ, ସଙ୍କଟକୁ ସୁଯୋଗରେ ବଦଳାଇଲେ କସ୍ତୁରୀ

କୋରୋନା ସଙ୍କଟ ଭିତରେ ଚାକିରୀ ହରାଇ ସେ ହାଇନାହାନ୍ତି । ପରିସ୍ଥିତିର ବୋଝ ତଳେ ସେ ନୁଆଇଁନାହାନ୍ତି ମୁଣ୍ଡ । ବରଂ ନିଜର ନିଶାକୁ ପେଶା ଭାବେ ଆପଣେଇ ଆତ୍ମନିର୍ଭର ସହ ରୋଜଗାରକ୍ଷମ ହୋଇଛନ୍ତି ଭୁବନେଶ୍ବର ବରମୁଣ୍ଡାରରେ ରହୁଥିବା କସ୍ତୁରୀ ପଟ୍ଟନାୟକ । ରୋଷେଇରେ ରୁଚି ରଖୁଥିବା କସ୍ତୁରୀ ଲକଡାଉନ ସମୟରେ ଘରେ ବସି ଚାପଗ୍ରସ୍ତ ହେବା ବଦଳରେ ଆରମ୍ଭ କରିଛନ୍ତି ‘ପେଟ ଫୁଲ’ର ଯାତ୍ରା । ଫେଟ ଫୁଲ ହେଉଛି କସ୍ତୁରୀଙ୍କ ଫୁଡ ଡେଲିଭରି ସାଇଟର ନାଁ । ଏହି ନାଁରେ ସେ ଫେସବୁକ ଓ ଇନଷ୍ଟାରେ ଏକ ପେଜ ଖୋଲି ଲୋକଙ୍କ ସହ ଯୋଗାଯୋଗ କରି ସେ ଫୁଡ ଡେଲିଭରି ପାଇଁ ଅର୍ଡର ନିଅନ୍ତି । ଲଞ୍ଚ ଠାରୁ ଡିନର ପର୍ଯ୍ୟନ୍ତ ଅର୍ଡର ମୁତାବକ ମିଲ ତିଆରି ସେ ନିଜେ ହୋମ ଡେଲିଭରି କରନ୍ତି । ଏପଟେ ଘରୋଇ ଖାଇବା ମିଳୁଥିବାରୁ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି । କସ୍ତୁରୀ କୁହନ୍ତି ଏଭଳି ପଦକ୍ଷେପର ପ୍ରଥମ ଲକ୍ଷ୍ୟ ଥିଲା ଯେ, କୋରୋନା ଯୋଗୁଁ ଘରେ ରହୁଥିବା ବୟସ୍କ ଲୋକଙ୍କୁ ଖାଇବା ଯୋଗାଇବା ।

କସ୍ତୁରୀ ପ୍ରଥମେ ଏଭଳି ପ୍ରୟାସ ଆରମ୍ଭ କରିଥିଲେ ପ୍ରଥମ ଲାକଡାଉନ ସମୟରେ । ପ୍ରଥମେ ସେ ନିଜ ଗାଁ ଭୁବନେଶ୍ବରର ଉପକଣ୍ଠରେ ଥିବା ମେଣ୍ଢାଶାଳ ଅଞ୍ଚଳରେ ରହୁଥିଲା ବେଳେ ଏହାକୁ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ବର ବରମୁଣ୍ଡାରେ ଥିବା ଘରେ ଆରମ୍ଭ କରିଥିଲେ ।

କସ୍ତୁରୀ ଜଣେ ଉଚ୍ଚ ଶିକ୍ଷିତା । କଲିକତାରୁ ସ୍ବତନ୍ତ୍ର ବିଏଡିରେ ପାଠ୍ୟକ୍ରମ ସାରି 2008 ମସିହାରୁ ଆରମ୍ଭ କରିଥିଲେ ପିଲାଙ୍କୁ ପାଠ ପଢ଼ିବା ପାଇଁ ନିଯୁକ୍ତି ହୋଉଥିଲେ ଏକ ଘରୋଇ ସଂସ୍ଥା ରେ । କିନ୍ତୁ କୋରୋନା ମହାମାରୀ ପାଇଁ ସେ ଜୀବିକା ହରାଇଥିଲେ । କିନ୍ତୁ ଏଥିରେ ଭାଙ୍ଗି ନ ପଡି ଘରେ ରହି ନିଜର ମନୋବଳକୁ ଦୃଢ କରି ଆରମ୍ଭ କାରିଥିଲେ ଭଳିକି ଭଳି ସ୍ବାଦିଷ୍ଟ ରୋଷେଇ । ସମସ୍ତଙ୍କ ପ୍ରଂଶସା ଓ ପ୍ରୋତ୍ସାହନ ପାଇଁ ପରେ ସେ ଆରମ୍ଭ କରିଥିଲେ ଫୁଡ ଡେଲିଭରି କାମ । ଏଥିପାଇଁ ପ୍ରଥମେ ସେ ଫେସବୁକ ରେ ଏକ ‘ପେଟ ଫୁଲ’ ନାମରେ ପଜେ ଖୋଲି ଲୋକଙ୍କ ସହ ଯୋଗାଯୋଗ କରି ଅର୍ଡର ନିଅନ୍ତି । ଆରମ୍ଭରୁ 7 ଟି ମିଲ ଅର୍ଡର ଆସୁଥିଲା ଏବେ ଦୈନିକ 30 ଟି ମିଲ ଅର୍ଡର ଆସୁଛି ।

କୋରୋନା ପାଇଁ ଲୋକମାନେ ବିଶେଷ ଭାବରେ ବାହାରେ ଖାଇବା ପସନ୍ଦ କରୁନଥିଲେ। ସେହିମାନଙ୍କୁ ପ୍ରଥମେ ଡେଲିଭରି ଆରମ୍ଭ କରିଥିଲେ କସ୍ତୁରୀ । କସ୍ତୁରୀଙ୍କ ଏହି କାମରେ ତାଙ୍କ ପରିବାର ସାହାଯ୍ୟ କରୁଥିବା ବେଳେ ସାଙ୍ଗସାଥୀ ମଧ୍ୟ ପ୍ରୋତ୍ସାହିତ କରନ୍ତି । ଏପରିକି ଜଣେ ଉଚ୍ଚଶିକ୍ଷିତା ଝିଅ ହୋଇ ସେ ଏଭଳି ହୋମ ଡେଲିଭରି କରି କାମରେ କୌଣସି ଭେଦଭାବ ନଥାଏ ବୋଲି ପ୍ରମାଣ କରିଛନ୍ତି ।

ଏଭଳି ପ୍ରତିକୂଳ ପରିସ୍ଥିତିରେ ବି କସ୍ତୁରୀ ପଛଘୁଞ୍ଚା ନ ଦେଇ ସଙ୍କଟ ସମୟର ସଦୁପଯୋଗ କରିଛନ୍ତି । ଆଉ ଅନ୍ୟ ଝିଅ ମହିଳାଙ୍କ ପାଇଁ ଖୋଲିଛନ୍ତି ସୁଯୋଗର ବାଟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.