ETV Bharat / city

ପାର୍ବଣ ସପିଂ ବେଳେ ଭିଡ ଉପରେ ନଜର ରଖିବ ସ୍ବତନ୍ତ୍ର ସ୍କ୍ବାର୍ଡ

ପାର୍ବଣ ଋତୁକୁ ନେଇ ସତର୍କତା । ଭିଡ଼ ଜମିଲେ ବଢିପାରେ ସଂକ୍ରମଣ । ତେଣୁ ପାର୍ବଣ ପାଇଁ ସପିଂ ସମୟରେ ଭିଡ ଏଡାଇବାକୁ ନଜର ରଖିବ ସ୍ବତନ୍ତ୍ର ସ୍କ୍ବାର୍ଡ । ଅଧିକ ପଢନ୍ତୁ...

ପାର୍ବଣ ସପିଂ ବେଳେ ଭିଡ ଉପରେ ନଜର ରଖିବ ସ୍ବତନ୍ତ୍ର ସ୍କ୍ବାର୍ଡ
ପାର୍ବଣ ସପିଂ ବେଳେ ଭିଡ ଉପରେ ନଜର ରଖିବ ସ୍ବତନ୍ତ୍ର ସ୍କ୍ବାର୍ଡ
author img

By

Published : Oct 2, 2021, 1:02 PM IST

Updated : Oct 2, 2021, 1:33 PM IST

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଗକୁ ଦଶହରା ଓ ଦୀପାବଳି ଭଳି ବଡ ବଡ ପର୍ବ ଆସୁଛି । ତେଣୁ ଭିଡ ଜମିବାର ଯଥେଷ୍ଟ ସମ୍ଭାବନା ରହିଛି । ଭିଡ ବଢିଲେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ । ଏହାକୁ ଆଖି ଆଗରେ ରଖି ପୂର୍ବ ଗାଇଡ଼ଲାଇନକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ବାରୋପ କରିଛି ଗୃହ ବିଭାଗ । ବିଶେଷକରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡର ନଜର ରହିବ । ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯିବ ।

ଏବେ ଦୈନିକ ଟେଷ୍ଟିଂ 60 ରୁ 70 ହଜାର କରାଯାଉଛି । ତାହା ଆଗକୁ ଜାରି ରହିବ । କଟକ ଓ ଭୁବନେଶ୍ବର ସଂକ୍ରମଣ କମିଥିଲେ ମଧ୍ୟ ଏବେ ବି ସଂକ୍ରମଣର ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏନେଇ ପୂର୍ବରୁ ସତର୍କ କରେଇଛନ୍ତି । ତେଣୁ ତାହାକୁ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 2, 2021, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.