ETV Bharat / city

କଳାକାର ସହାୟତା ଯୋଜନା ପାଇଁ ସ୍ବତନ୍ତ୍ର ନିୟମାବଳୀ - bhubaneswar news

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଜାରି ହେବ ସ୍ବତନ୍ତ୍ର ନିୟମାବଳୀ । ରାଜ୍ୟର ବରିଷ୍ଠ କଳାକାର ମୁଖ୍ୟମନ୍ତ୍ରୀ ଯୋଜନାରେ ସହାୟତା ପାଉଛନ୍ତି । ଅଧିକ ପଢ଼ନ୍ତୁ...

Special rules will impose for artist support program in odisha
କଳାକାର ସହାୟତା ଯୋଜନା ପାଇଁ ସ୍ବତନ୍ତ୍ର ନିୟମାବଳୀ
author img

By

Published : Feb 11, 2021, 10:48 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଜାରି ହେବ ସ୍ବତନ୍ତ୍ର ନିୟମାବଳୀ। ରାଜ୍ୟର ବରିଷ୍ଠ କଳାକାର ମୁଖ୍ୟମନ୍ତ୍ରୀ ଯୋଜନାରେ ସହାୟତା ପାଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା 50 ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ଲକ୍ଷ୍ୟ ପୂରଣ ହୋଇନାହିଁ। ଏଥିପାଇଁ ସ୍ବତନ୍ତ୍ର ନିୟମର ଆବଶ୍ୟକତା ରହିଛି। ରାଜ୍ୟସ୍ତରୀୟ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବାକିଥିବା ଲକ୍ଷ୍ୟ ପୂରଣ ହେବ କି ନାହିଁ, ଏଥିପାଇଁ ବିଜ୍ଞାପନ ପ୍ରକାଶ ପାଇବ କି ନାହିଁ, ମୃ୍ତ୍ୟୁ ହୋଇଥିବା କଳାକାରଙ୍କ ପରେ କିଭଳି ନୂତନ ହିତାଧିକାରୀ ଚନୟ ହେବ, ଏସବୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଏହି ପ୍ରକ୍ରିୟାକୁ ସରଳ ଓ ସହଜ କରିବା ପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହେବ। ଏହାକୁ ନେଇ ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ସଂସ୍କୃତିର ସୁରକ୍ଷା ପାଇଁ ଭାଗବତ ଟୁଙ୍ଗୀ, ଲୋକକଳା ସଂଘ, ସଂସ୍କୃତି ଭବନ, ସଂଗ୍ରାହଳୟ ଓ ପାଠାଗାର ନିର୍ମାଣ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାସହ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ 100 ବର୍ଷ, ନେତାଜୀଙ୍କ 125ତମ ଜୟନ୍ତୀକୁ ବର୍ଷବ୍ୟାପି ଜିଲ୍ଲାସ୍ତରରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବୈଠକରେ ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ମନସ୍ବିନୀ ସାହୁ, ଉପନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.