ETV Bharat / city

ଦଶମ ଶ୍ରାଦ୍ଧବାର୍ଷିକୀରେ ମନେପଡିଲେ ଭଜନ ସମ୍ରାଟ ଭିକାରୀ ବଳ

author img

By

Published : Nov 3, 2020, 7:02 AM IST

Updated : Nov 3, 2020, 12:26 PM IST

ଆଜି ଭଜନ ସମ୍ରାଟ ଭିକାରୀ ବଳଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ । ଭିକାରୀ ବଳଙ୍କ ଭଜନ ଆଜିବି ଅଭୁଲା ଓ ଅପାସୋରା । ପଢନ୍ତୁ ଭଜନ ସମ୍ରାଟଙ୍କ ଶ୍ରାଦ୍ଧବାର୍ଷିକୀରେ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

special-reporter-on-bhajana-samrat-bhikaribalas-10th-death-annivesary
10ତମ ଶ୍ରାଦ୍ଧବାର୍ଷିକୀ: ମନେପଡନ୍ତି ଭଜନ ସମ୍ରାଟ ଭିକାରୀ ବଳ...

ଭୁବନେଶ୍ବର: ଭକ୍ତି ସଙ୍ଗୀତର ସେ ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ । ବାସ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ ।

ଦଶମ ଶ୍ରାଦ୍ଧବାର୍ଷିକୀରେ ମନେପଡିଲେ ଭଜନ ସମ୍ରାଟ ଭିକାରୀ ବଳ

1929 ମେ 25 ତାରିଖରେ କେନ୍ଦ୍ରପଡା ସ୍ଥିତ ସୋବଳାରେ ଜନ୍ମଗ୍ରହଣ କରିଥିଲେ ଭିକାରୀ । ସ୍ବର ସଙ୍ଗୀତର ସାରସ୍ବତ ସାଧକ ଶ୍ରୀଯୁକ୍ତ ବଳଙ୍କ ପ୍ରତି ପିଲାଟି ଦିନରୁ ଭାଗ୍ୟଲକ୍ଷ୍ମୀ ବିମୁଖ ଥିଲେ । ଦାରିଦ୍ର୍ୟର କାଷାଘାତରେ ଜର୍ଜରିତ ତାଙ୍କର ଜୀବନ ରଥ କିନ୍ତୁ ଅଟକି ଯାଇନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ହାତରେ ଧରିଥିଲେ ହାରମୋନିୟମ । ଶୈଶବରୁ ସଙ୍ଗୀତ ଥିଲା ଭିକାରୀ ବଳଙ୍କ ଜୀବନ ଓ ପ୍ରାଣ । ଓଡିଶୀ ସଙ୍ଗୀତର ଅହେତୁକ ଆକର୍ଷଣରେ ସେ ଟାଣି ହୋଇ ଯାଇଥିଲେ । କଟକ କଳାବିକାଶ କେନ୍ଦ୍ରରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରି 'ପ୍ରାଣ ମିତଣି ବାରେ ଚାହାଁରେ' ଗୀତ ଗାଇ ସାଉଁଟି ଥିଲେ ପ୍ରଚୁର ଲୋକପ୍ରିୟତା । ଜୀବନରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ସେ । ଗୋଟିଏ ପରେ ଗୋଟିଏ ଅସଂଖ୍ୟ ଲୋକପ୍ରିୟ ଭକ୍ତି ସଙ୍ଗୀତ ଗାନ କରି ଓଡିଶାବାସୀଙ୍କ ହୃଦୟରେ ଛାଡିଯାଇଛନ୍ତି ଏକ ଅଲିଭା ଛାପ ।

2010 ନଭେମ୍ବର 3 ଆଜିର ଦିନର କଟକରେ ଭିକାରୀ ବଳ ଇହଧାମ ତ୍ୟାଗ କରିଥିଲେ । ଇତିମଧ୍ୟରେ ଭିକାରୀ ବଳଙ୍କ ନିଧନକୁ ବିତିଗଲାଣି 10 ବର୍ଷ । ସେ ଥିଲେ ଭାଗ୍ୟବାନ । ବୈଷ୍ଣବ ଅଗ୍ନିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ବହୁ ଦୂରକୁ ଉଡିଯାଇଛି ଭଜନ ସମ୍ରାଟଙ୍କ ମନପାରା । ହେଲେ ଆଜିବି ତାଙ୍କ ଭଜନ ଅଭୁଲା ଓ ଅପାସୋରା । ସେଥିପାଇଁ ତ ସେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟରେ ଚିରଦିନ ପାଇଁ ରହିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.