ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ଏସଆରସିଙ୍କ ପକ୍ଷରୁ ୧୦ଟି ପ୍ରଭାବିତ ଜିଲ୍ଲାରେ କୋରୋନା କଟକଣାକୁ କୋହଳ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ସକାଳ ୭ଟା ରୁ ଦିନ ୧ଟାଏ ଯାଏଁ ସମୟ ଦିଆଯାଇଛି । ଏହିସମୟ ମଧ୍ୟରେ ବ୍ରେଡ, ଓମଫେଡ୍ ଦୋକାନ, ପରିବା ଦୋକାନ, ମାଛ, ମାଂସ ଦୋକାନ ଖୋଲାରହିବ ।
![10ଟି ଜିଲ୍ଲାରେ କୋରୋନା ନିୟମ କୋହଳ](https://etvbharatimages.akamaized.net/etvbharat/prod-images/11874374_687_11874374_1621828748134.png)
ଏହାସହ ସୋମବାରରୁ ମଙ୍ଗଳବାର 2 ଦିନ କୋହଳ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବାଲେଶ୍ଵର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ଜିଲ୍ଲାରେ କୋହଳ କରାଯାଇଛି । ସୂଚନାନୁସାରେ, ବାତ୍ୟା ‘ୟାସ’ ଏହି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରଭାବ ପଡିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ