ETV Bharat / city

ପାର୍ବଣରେ ଅବକାରୀ ବିଭାଗର ସ୍ପେଶିଆଲ ଡ୍ରାଇଭ

author img

By

Published : Oct 2, 2022, 12:46 PM IST

ପାର୍ବଣରେ ଅବକାରୀ ବିଭାଗର ସ୍ପେଶିଆଲ ଡ୍ରାଇଭ । ଲକ୍ଷାଧିକ ଟଙ୍କାର ନିଶା ସାମଗ୍ରୀ ଜବତ । ଖୋଲାଯିବ କଣ୍ଟ୍ରୋଲ ରୁମ । ଚାଲିଛି ଟିପିଆରରେ ମନିଟରିଂ । ଅଧିକ ପଢ଼ନ୍ତୁ

ପାର୍ବଣରେ ଅବକାରୀ ବିଭାଗର ସ୍ପେସିଆଲ ଡ୍ରାଇଭ୍
ପାର୍ବଣରେ ଅବକାରୀ ବିଭାଗର ସ୍ପେସିଆଲ ଡ୍ରାଇଭ୍

ଭୁବନେଶ୍ବର: ପାର୍ବଣରେ ଅବକାରୀ ବିଭାଗର ସ୍ପେସିଆଲ ଡ୍ରାଇଭ୍ (Special drive of excise department) । ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ବିପୁଳ ନିଶା ସାମଗ୍ରୀ ଜବତ । ନିଶା କାରବାର ଅଭିଯୋଗରେ ୯୧ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣ ଗିରଫ ହୋଇଛନ୍ତି । ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କେଜି ଗଞ୍ଜେଇ, ୫୨ ଲିଟର କଫ ସିରଫ ଜବତ ହୋଇଛି ।

ନକଲି ମଦ ବିକ୍ରି ଅଭିଯୋଗରେ ୬୩ଟି ମାମଲା ରୁଜୁ ହେଇଥିବା ବେଳେ ୬୪ ଜଣ ଗିରଫ ହେଇଛନ୍ତି । ୧୪୧୮ ଲିଟର ବିଦେଶୀ ଡୁପ୍ଲିକେଟ୍ ମଦ, ୯୦୫ ଲିଟର ସ୍ପିରିଟ, ୧୪୭ଟି ଗାଡି ଜବତ ହେଇଛି । ଆଗାମୀ ଦିନରେ ମଧ୍ୟ ନିଶା କାରବାର ବିରୋଧରେ ଅପରେସନ ଜାରି ରହିବ ।

ପାର୍ବଣରେ ଅବକାରୀ ବିଭାଗର ସ୍ପେସିଆଲ ଡ୍ରାଇଭ୍

ନିଶା ମାଫିଆଙ୍କ ପ୍ରତି ଜିରୋ ଟଲରେନ୍ସ ନୀତି ଜାରି ରହିବ । କିଛିଦିନ ଆଗରୁ ଅବକାରୀ ବିଭାଗରେ ଯେଉଁ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ ହୋଇଥିଲା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ମଧ୍ୟ ସମ୍ପୃକ୍ତି ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ୨ ବର୍ଷ ଧରି କୋରୋନା ଯୋଗୁଁ ଫିକା ପଡ଼ିଥିଲା ଦୁର୍ଗାପୂଜା । ହେଲେ ଏଥର ଜମିବ ଦୁର୍ଗାପୂଜା । ଏଥିପାଇଁ ଚଳଚଞ୍ଚଳ ପୁରା ସହର । ଚିକମିକ ଆଲୁଅରେ ଝଲସୁଛି ସହର । ସବୁଠି ଝଟକୁଛି ରଙ୍ଗବେରଙ୍ଗର ତୋରଣ । ଉତ୍ସବମୁଖର ହୋଇ ଉଠିଛି ପୁରା ସହର ।

ତେବେ ଏହି ପୂଜାରେ ଯେପରି କିଛି ବିଶୃଙ୍ଖଳା ନହୁଏ ସେଥିପାଇଁ ସଜାଗ ରହିଛି ପୋଲିସ । ଏନେଇ ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ର କହିଛନ୍ତି, ''ନିଶା ବେପାରୀ ଏବଂ ନିଶାଗ୍ରସ୍ତ ଲୋକଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି ପୋଲିସ । ଏଥିପାଇଁ ଖୋଲାଯିବ କଣ୍ଟ୍ରୋଲ ରୁମ । ଖାଲି ସେତିକି ନୁହେଁ ନିଶାଗ୍ରସ୍ତ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ ଦେବାପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ବର ।

ତେବେ ଜାରି ହୋଇଥିବା ନମ୍ବର (୧୮୦୦-୩୪୫-୬୭୧୩)ରେ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ର । ଏହି ନିଶାଗ୍ରସ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ଚାଲିଛି ଟିପିଆରରେ ମନିଟରିଂ''।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.